(ସତ୍ୟ ନାରାୟଣ ପାଲ / ରାଇରଙ୍ଗପୁର): ଘରେଇ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷଙ୍କ ଆତ୍ମହତ୍ୟା।ଏଭଳି ଏକ ଦୁଃଖଦ ଘଟଣା ସାରା ମୟୁରଭଞ୍ଜ ଜିଲ୍ଲାରେ ଶୋକର ଛାୟ ଖେଳିଯାଇଛି । ଆତ୍ମହତ୍ୟା ପୂର୍ବରୁ ସ୍ତ୍ରୀଙ୍କୁ ଲେଖିଥିଲେ ଚିଠି।ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ମିଳିଥିଲା।ସେହି ସୁଇସାଇଡ ନୋଟ ରେ ଯାହା ଲେଖାଥିଲା ତାହା ସମସ୍ତଙ୍କୁ ଚକିତ କରିଦେଲା।ମୁଁ ହତଭାଗାଟା ତୁମ ପାଇଁ କିଛି କରିପାରିଲିନି।ମୋତେ କ୍ଷମା କରିଦେବ।ପୁଅ ରାଜାର କଥା ଟିକେ ବୁଝିବ।ବ୍ୟାଙ୍କରେ ଟଙ୍କା ଅଛି।ତାକୁ ଉଠାଇ ଟଙ୍କା ପାଇବାକୁ ଥିବା ଲୋକଙ୍କୁ ଦେଇଦେବ।ତୁମ ପାଖରୁ ମୁଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ପାଇଛି।ହେଲେ ମୁଁ ହତଭାଗାଟା ତୁମ ପାଇଁ କିଛି କରିପାରିଲି ନାହିଁ।ରୋଗର ଯନ୍ତ୍ରଣା ଆଉ ସହି ପାରୁନି।ସେଥିପାଇଁ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଉଛି।ମୃତ୍ୟୁ ପୂର୍ବରୁ ସ୍ତ୍ରୀକୁ ଏମିତି କିଛି ହୁଦୟ ବିଦାରକ କଥା ସୁଇସାଇଡ ନୋଟରେ ଲେଖିଥିଲେ।ଏକ ଘରେଇ ଶିଳ୍ପ ତାଲିମ କେନ୍ଦ୍ରର ଅଧକ୍ଷ ସୁବେଶ କୁମାର ଦାସ(୪୫)ବର୍ଷ ଆତ୍ମହତ୍ୟା କରିଛନ୍ତି।ସୁବେଶଙ୍କ ନିଜ ଘର କୁଆମରା।ବାରିପଦା ସ୍ଥିତ ବାଘଡାରୋଡରେ ଦୀର୍ଘଦିନ ହେବ ରୋହିଆସୁଥିଲେ।ପରିବାର କହିଲେ ସିଏ ତାଙ୍କ ସ୍ତ୍ରୀ ଓଏକମାତ୍ର ପୁଅ।ସରକାରୀ ବିଦ୍ୟାଳୟରେ ସ୍ତ୍ରୀ ଶିକ୍ଷୟିତ୍ରୀ ଥିବାବେଳେ୧୭ ବର୍ଷର ପୁଅ କଲେଜରେ ପାଠପଢୁଛି।ତିନି ପ୍ରାଣୀଙ୍କୁ ନେଇ ସୁବେଶଙ୍କ ପରିବାର ବେଶ ହସ ଖୁସିରେ କଟୁଥିଲା।ହେଲେ ହଠାତ ତାଙ୍କର ଦେହ ଅସୁସ୍ଥ ହେଲା।ଦୀର୍ଘଦିନ ଚିକିତ୍ସାଧୀନ ଥିଲେ।ବାରମ୍ବାର ଡାକ୍ତରଙ୍କୁ ଦେଖାଇଲେ ମଧ୍ୟ ରୋଗ ଭଲ ହେଉ ନ ଥିଲା।ଫଳରେ ପରିବାର ଲୋକଙ୍କୁ କୋଷ୍ଟ ନ ଦେବା ତଥା ନିଜେ ଆଉ କଷ୍ଟସହିନପାରୁ ଥିବାରୁ ସେ ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।ସେ ଆହୁରି ବୁଝାଇ ଲେଖିଛନ୍ତି-ମୁଁ ଗଲା ପରେ ଆସ୍ତେ ଆସ୍ତେ ସବୁ ଠିକ ହୋଇଯିବ।ଯେମିତି ତୁମେ ରହୁଥିଲ ସେମିତି ତୁମେ ରହିବ।କାହାରିକୁ ମୁଁ କିଛି ସହଯୋଗ କରି ପାରୁନି।ବଞ୍ଚି ରହି କି ଲାଭ।ସେଥିପାଇଁ ମୁଁ ଆତ୍ମହତ୍ୟା କରୁଛି।ମୋ ମୃତ୍ୟୁର କାରଣ ମୁଁ ନିଜେ।ଘଟଣା ସ୍ଥଳରୁ ପୋଲିସ ଉଦ୍ଧାର କରିଥିବା ସୁଇସାଇଡ ନୋଟରେ ଏସବୁ ଲେଖାଯାଇଛି।
ସୂଚନାଯୋଗ୍ୟ, ପବିତ୍ର ମା’ସରସ୍ଵତୀଙ୍କ ପୂଜା ଅବସରରେ ଘରେ ଘରେ ବିଦ୍ୟାଦାତ୍ରୀଙ୍କ ପୂଜା ପର୍ବ ଲାଗି ରହିଛି।ସରସ୍ବତୀ ପୂଜା ପାଇଁ ସୁବେଶଙ୍କ ସ୍ତ୍ରୀ ସ୍କୁଲ ଯାଇଥିବା ବେଳେ ପୁଅ ବି ଘରେ ନ ଥିଲା। ଏହି ସୁଯୋଗ ରେ ଘର ଭିତରେ ସୁବେଶ ବେକରେ ଶାଢ଼ୀ ବାନ୍ଧି ଘର ଭିତରେ ଥିବା ଫେନ ସିଲିଙ୍ଗରେ ଝୁଲିପଡିଥିଲେ।ସ୍ତ୍ରୀ ଘରେ ପହଞ୍ଚିବା ପରେ ସୁବେଶଙ୍କ ଶରୀର ଫ୍ୟାନରେ ଝୁଲି ରହିଥିବା ଦେଖିବାକୁ ପାଇଥିଲା।ସେ ତୁରନ୍ତ ସ୍ଥାନୀୟ ଲୋକଓ ପୋଲିସ କୁ ଖବର ଦେଇଥିଲା।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଶରୀର କୁ ଜବତ କରିବା ସହିତ ଏକ ଶୁସାଇଡ଼ ନୋଟ ମଧ୍ୟ ଜବତ କରିଥିଲା।ଏ ନେଇ ବାରିପଦା ଟାଉନ ଥାନାରେ ୧୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।ତେବେ ସୁବେଶଙ୍କ ଅପମୃତ୍ୟୁ ପଛରେ ଆଉ କୋଣସି କାରଣ ରହିଛି କି କଣ ତାହାର ଛାନଭିନ୍ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି।