(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ଗତକାଲି ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚଟି ପର୍ଯ୍ୟାୟକୁ ଭିତ୍ତି କରି ମୋ ସରକାର କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହା ସବୁ ଥାନା ଓ ମେଡ଼ିକାଲରେ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କୁ ଫୋନ କରି ସମସ୍ତ ସୁବିଧା ଓ ଅସୁବିଧା ବୁଝିବେ ଏବଂ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ ଓ ଅଫିସର ମଧ୍ୟ ଫୋନ କରିବେ ।
ସରକାରଙ୍କ ଏହା ଏକ ପଦକ୍ଷେପ ଏବଂ ଲୋକଙ୍କ ସୁବିଧା ଓ ଅସୁବିଧାକୁ ପ୍ରାଥମିକତା ଦେବା ସରକାରଙ୍କ ମୂଳ ଲକ୍ଷ୍ୟ । ତେଣୁ ଆମେ ଲୋକଙ୍କ ସହ ଅଛୁ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ,ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ,ଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ।