(ପ୍ରିୟଦର୍ଶନୀ ସ୍ୱାଇଁ):ଆମେ ପ୍ରତ୍ୟେକ ଦିନ ଭୋଜନରେ ଡାଲି ଖାଇଥାଉ। କାରଣ ଡାଲି ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ହିତକର। ବିଭିନ୍ନ ପ୍ରକାର ଡାଲି ମଧ୍ୟରୁ ମଶୁର ଡାଲି ଭିନ୍ନ। ଆସନ୍ତୁ ଜାଣିବା ଏହାର ଉପକାରିତା :-
୧.ମଶୁର ଡାଲିରେ ପ୍ରୋଟିନର ମାତ୍ରା ଉଚ୍ଚ ପରିମାଣରେ ରହିଛି। ଏହାସହ ମଶୁର ଡାଲିରେ କାର୍ବୋହାଇଡ୍ରେଡ, ଫାଇବର, ଫସଫର, ଭିଟାମିନ-ବି୧ ଓ ପୋଟାସିୟମ ରହିଛି। ଏଥିରେ କ୍ୟାଲୋରୀ କମ ମାତ୍ରାରେ ରହିଛି।
୨.୧୦ ଗ୍ରାମ ଲାଲ ମଶୁର ଡାଲିରେ ଆପଣଙ୍କୁ ୧୧୬ କ୍ୟାଲୋରୀ ମିଳିଥାଏ। ମେଦ ବହୁଳ ଥିବା ବ୍ୟକ୍ତିମାନେ ବିଶେଷ ଭାବେ ଏହି ଡାଲି ଖାଇବା ଉଚିତ। କାରଣ ମଶୁର ଡାଲି ଖାଇବା ଦ୍ବାରା ଓଜନ ନିୟନ୍ତ୍ରିତ ରହିଥାଏ।
୩.ଯଦି ଆପଣ ମଧୁମେହ ରୋଗରେ ପୀଡିତ ତେବେ ନିୟମିତ ମଶୁର ଡାଲି ଖାଆନ୍ତୁ। ଆପଣ ମଧୁମେହ ରୋଗରୁ ଦୂରେଇ ରହିବା ପାଇଁ ମଧ୍ୟ ମଶୁର ଡାଲି ଖାଇପାରିବେ।