ମୁଁ ମାନସିକ ଭାରସାମ୍ୟ ହରାଇନି, ବିଜେଡି ହଡବଡେଇ ଯାଇଛି: ପୀତାମ୍ବର

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମୋଦି ହାୱାକୁ ନେଇ ବିଜେଡି ଭୟଭୀତ ହୋଇପଡିଛି । ମୋଦିଙ୍କ ଲୋକପ୍ରିୟତାରେ ମ୍ରିୟମାଣ ହୋଇପଡିଛି ବିଜେଡି । ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି ନବୀନଙ୍କ ମଧ୍ୟରେ । ମୁଁ କାହିଁକି ମାନସିକ ଭାରସାମ୍ୟ ହରାଇବି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ କାଉଣ୍ଟର ଆଟାର ଜବାବ ରଖିଛନ୍ତି ପୀତାମ୍ବର । ସେ ଆହୁରି କହିଥିଲେ, ବିଜେଡିରେ ପାଣ୍ଡିଆନ ହେଉଛନ୍ତି ପ୍ରକୃତ ନେତା । ନବୀନଙ୍କର ଆଉ ପାୱାର ନାହିଁ । ଯେଉଁ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଦିନେ କେହି ହସ ଦେଖିନଥିଲେ, ଆଜି ସେ ହସି ହସି ସବୁଠି ସେଲଫି ଦେଉଛନ୍ତି । ତାଙ୍କ ଏପରି କାମରୁ ତାଙ୍କ ଭିତରେ ଲୁଚିଥିବା ଭୟ ବେଶ ବାରି ହୋଇ ପଡୁଛି ବୋଲି କହିଛନ୍ତି ପୀତାମ୍ବର ।
ସୂଚନା ଯୋଗ୍ୟ, ଆରଟିଆଇ କର୍ମୀ ଭୂପେନ୍ଦ୍ର ସିଂଙ୍କ ପ୍ରେସମିଟକୁ ନେଇ ନିଜ ମତ ରଖିଥିଲେ ପୀତାମ୍ବର । ସେ କହିଥିଲେ, ପାଣ୍ଡିଆନ ଏବେ ବିଜେଡିର ନେତା । ନବୀନ ଆଉ ପାୱାରରେ ନାହାନ୍ତି । ଆଉ ପଟେଲଙ୍କୁ ପ୍ରାୟୋଜିତ ଶୈଳୀରେ ଅଣାଯାଇ ଏଭଳି କାଣ୍ଡ କରାଯାଇଛି । ପଟେଲ ନିଜେ ଅଭିଯୁକ୍ତ । ପୂର୍ବରୁ ସେ ଛଚ୍ଛିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ଅମୀତ ଯୋଗୀଙ୍କ କଥାରେ ଅନେକ ରାଜନୈତିକ ଷ୍ଟିଙ୍ଗ ଅପରେଶନ କରିଥିଲେ । ନେତାଙ୍କୁ ବଦନାମ କରିବା ତାଙ୍କ କାମ ।
ବୈଜୟନ୍ତଙ୍କ ବିଜେପିରେ ଯୋଗଦାନ ପରେ ବିଜେଡି ବାଇଆ ହୋଇ ଗଲାଣି । ତେଣୁ ଆରଟିଆଇ କର୍ମୀ ପଟେଲ ଆସି ବୈଜୟନ୍ତଙ୍କ ବିରୋଧରେ ଏଣୁ ତେଣୁ ଗପୁଛନ୍ତି ବୋଲି ପୀତାଙ୍କର କହିବା ସହ ଲେନୀନ ଓ ପାଣ୍ଡିଆନ ହଡବଡେଇ ଯାଇଥିବା କହିଥିଲେ ।