ମାସ୍କ ଓ ସାନିଟାଇଜର କଳାବଜାରୀ ଉପରେ କଡା ନଜର

(ମୃତ୍ୟୁଞ୍ଜୟ ଭୋଇ)ରିପୋର୍ଟସଟୁଡେ: ସାରା ବିଶ୍ୱରେ କୋରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଏବେ କୋରୋନା ଆକ୍ରାନ୍ତ ସଂଖ୍ୟା ୧୧୬ରେ ପହଞ୍ଚିଲାଣି । ସେପଟେ, ମାସ୍କ ଓ ସାନିଟାଇଜର କଳାବଜାରୀ ଉପରେ କଡା ନଜର ରଖାଯାଇଛି। ଏଥିପାଇଁ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କଳାବଜାରୀ କଲେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁମାନେ ମହଜୁଦ ରଖିଛନ୍ତି ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।