(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ତାମିଲନାଡୁର କୋୟମ୍ବଟୁରରେ ଯୌନ କେଳେଙ୍କାରୀକୁ ନେଇ ୪ଜଣ ଯୁବକକୁ ପୁଲିସ ଗିରଫ କରିଛି । ଏହି ଯୁବକମାନେ ୫୦ରୁ ଉଦ୍ଧ୍ୱର୍ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗକୁ ଭିତ୍ତି କରି ପୁଲିସ ୪ ଜଣଙ୍କୁ ଗିରଫ ରିଛି ।
ଫେବ୍ରୁଆରୀ ୨୪ରେ ଏହି ମାମଲା ସାମ୍ନାକୁ ଆସିଥିଲା, ଯେତେବେଳେ ପୋଲାଚି ପୁଲିସ ଜଣେ ୧୯ ବର୍ଷର ପିଲାକୁ ଯୁବତୀଙ୍କୁ ଯୌନ ଶୋଷଣ ଓ ବ୍ଲାକ୍ମେଲ ଅଭିଯୋଗରେ ଗିରଫ କରିଥିଲା। ପୋଲାଚି ଇଷ୍ଟ ଷ୍ଟେସନ୍ରେ ଜଣେ ଯୁବତୀ ଅଭଯୋଗ କରି କହିଥିଲେ, କି ତାଙ୍କ ସାଙ୍ଗ ତାଙ୍କୁ ଏକ କାର୍ରେ ନେଇ ଯୌନ ଶୋଷଣ କରିବା ସହିତ ସେ ପିନ୍ଧି ଥିବା ସୁନା ଚେନ ଲୁଟି ନେଇଥିଲା। ଗିରଫ ଅଭିଯୁକ୍ତ ଠାରୁ ଜବତ କରାଯାଇଥିବା ଫୋନ୍ରେ ୪୦ରୁ ଅଧିକ ମହିଳାଙ୍କ ଯୌନ ଶୋଷଣ ସମୟର ଭିଡିଓ କ୍ଲିପ୍ ମିଳିଥିଲା। ଏହାପରେ ପୁଲିସ ଉକ୍ତ ଅଭିଯୁକ୍ତକୁ ପଚରାଉଚରା ପରେ ତା’ ସହିତ ସାମିଲ ଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରିଥିଲା।