ମର୍ମନ୍ତୁଦ ସଡକ ଦୁର୍ଘଟଣା

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯୁବରାଜପୁର ଗ୍ରାମ ଠାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ମୁର୍ଷୁଣ୍ଢି ଗ୍ରାମର ଶଙ୍କର୍ଷଣ ଦ୍ଵାରୀଂକର ମୃତ୍ୟୁ ହୋଇଥିବାବେଳେ ତାଙ୍କ ଭାଇ ସଂକୀର୍ତ୍ତନ ଦ୍ଵାରି ଗୁରୁତର ଭାବେ ଆହତ ହୋଇଛନ୍ତି । କୌଣସି ଏକ କାମରେ ବାଇକ ଯୋଗେ ତ୍ରିବଣପୁର ଯାଇ ଘରକୁ ଫେରୁଥିବା ଫେରୁଥିବାବେଳେ ଖଣ୍ଡହତା ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକ ଅଜଣା ଟ୍ରାକଟର ସେମାନଙ୍କ ବାଇକକୁ ଧକ୍କାଦେଇ ଫେରାର ହୋଇଯାଇଛି । ଖବର ପାଇ ୧୦୮ ଆମ୍ବୁଲାନ୍ସ ଆସି ଗୁରୁତରକୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତି କରିଛି । ସେପଟେ ବୀରମହାରାଜପୁର ପୋଲିସ ଶବ ଜବତ ଓ ବ୍ୟବଛେଦ ପରେ ଅଧିକ ତଦନ୍ତ ଜାରି ରଖିଛି ।