ମଥୁରାରେ ଝାଡୁ ମାରିଲେ ବିଡ଼ିଓ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ସମାଜର କଲ୍ୟାଣ ଓ ପ୍ରତ୍ୟେକଟି ଗାଁର ପାରିପାର୍ଶ୍ବିକ ସ୍ବଛତାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବହୁ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆମ ସ୍ବାଭିମାନ ସ୍ବଛ ଗଂଜାମକୁ ମାନ୍ୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ ମଥୁରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଝାଡୁ ମାରିଥିବା ନେଇ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।ଏପରିକି ସ୍ବଛତାକୁ ନେଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ବିଡ଼ିଓଙ୍କ ଏପରି କାର୍ୟ୍ୟ ଦକ୍ଷତାକୁ ଦେଖି ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ନାୟକ , ସମିତି ସଭ୍ୟ ଅରୁଣ କୁମାର ସାହୁ ପଞ୍ଚାୟତର ଯୁବ ଗୋଷ୍ଠୀ , ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ମଧ୍ୟ ଏହି ସଚେତନତା ମୂଳକ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ । ଆମ ସ୍ବାଭିମାନ ସ୍ବଛ ଗଂଜାମ କାର୍ୟ୍ୟକ୍ରମ ମାଧ୍ୟମରେ ଯୁବଗୋଷ୍ଠୀ ମାନେ ଏକଜୁଟ ହୋଇ ହାତରେ ସଚେତନତା ମୂଳକ ବ୍ୟାନର ଧରି ମଥୁରା ପଞ୍ଚାୟତର ୧୫ ଟି ସାହିକୁ ପରିଭ୍ରମଣ କରି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।