ମଣିଷ ପରି ଦାନ୍ତ ଥିବା ମାଛ ଉଦ୍ଧାର

 (ପ୍ରିୟଦର୍ଶନୀ ସ୍ୱାଇଁ): ସମୁଦ୍ରରେ ଗାଧୋଇବା ସମସ୍ତଙ୍କୁ ପସନ୍ଦ । ତେଣୁ ସମୟ ବାହାର କରି ସମୁଦ୍ରକୁ ଗାଧୋଇବାକୁ ଯାଇଥାନ୍ତି । ସେହିପରି ଆମେରିକାରେ ରହୁଥିବା ଜଣେ ମହିଳା ନିଜ ପୁଅକୁ ଧରି ସମୁଦ୍ର କୂଳ ଆଡ଼େ ବୁଲି ଯାଇଥିବା ବେଳେ ଯେଉଁ ଆଶ୍ଚର୍ୟ୍ୟ କଲା ଭଳି ଜିନିଷ ଦେଖିଥିଲେ, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ମିଲା ନିଜ ପୁଅକୁ ଧରି ସେଣ୍ଟ ସିମୋନ୍ସ ଆଇଲାଣ୍ଡକୁ ବୁଲି ଯାଇଥିବା ବେଳେ ସାମ୍ନାରେ ଏକ ମାଛକୁ ମରି ପଡ଼ିଥିବାର ଦେଖିଲେ । ପ୍ରଥମେ ସେ ଏହାକୁ ସାଧାରଣ ମାଛ ବୋଲି ଭାବି ଅଣ ଦେଖା କରୁଥିବା ବେଳେ ପରେ ନିଜ ପୁଅକୁ ଦେଖାଇବା ପାଇଁ ସେ ମାଛ ପାଖକୁ ଯାଇଥିଲେ । ସେଠାକୁ ଯିବା ପରେ ମାଛର ଦାନ୍ତ ଦେଖି ମିଲା ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ । ମାଛକୁ ଭଲ ଭାବରେ ଦେଖିବା ପରେ ମାଛର ଦାନ୍ତ ମଣିଷ ଭଳି ହୋଇଥିବା ଦେଖି ଆଶ୍ଚର୍ୟ୍ୟ ହେବା ସହ ପୂର୍ବରୁ ଏଭଳି ଦୃଶ୍ୟ ଦେଖି ନଥିବା କହିଛନ୍ତି । ଏହା ସହ ମାଛର ଫଟୋ ସେ ଯାହାକୁ ବି ଦେଖାଇଥିଲେ, ସମସ୍ତେ ଏହାକୁ ଦେଖି ଆଶ୍ଚର୍ୟ୍ୟ ହୋଇଥିଲେ ବୋଲି ମିଲା କହିଛନ୍ତି ।