ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇଜଣ ସନ୍ଦିଗ୍ଧ

(ଦିଲୀପ ସାହୁ / ଜଗତସିଂହପୁର): ଜଗତସିଂହପୁର ଜିଲ୍ଲା ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇଜଣ କରୋନା ସନ୍ଦିଗ୍ଧ । ପ୍ରାଥମିକ ଚିକିତ୍ସା ପରେ ଅଟକ। କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ତେଣ୍ଡାକୁଡା ଅଞ୍ଚଳର ୩୫ବର୍ଷୀୟ ସାଉଦୀଆରବ ଫେରନ୍ତା ଯୁବକ। ଫେବୃୟାରୀ ୨୪ତାରିଖରେ ଘରକୁ ଫେରିଥିଲେ। ଅନ୍ୟ ଜଣେ ତିର୍ତ୍ତୋଲ ବ୍ଲକ କଟରା ହାଜିନଗର ଅଞ୍ଚଳର ୩୦ବର୍ଷୀୟ ଦିଲ୍ଲୀ ଫେରନ୍ତା ଯୁବକ। ମାର୍ଚ୍ଚ ମାସ ୧୧ତାରିଖରେ ଦିଲ୍ଲୀରୁ ଘରକୁ ଫେରିଥିଲେ। ଉଭୟଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ମସୁଧା।ସନ୍ଦଗ୍ଧଙ୍କ ସମ୍ପର୍କରେ ସୂଚନା ସ୍ପଷ୍ଟ କରୁନାହାଁନ୍ତି ମେଡିକାଲ ଅଧିକାରୀ।