(ମମତା ସାମଲ): ପୃଥିବୀପୃଷ୍ଠର ଉପରିଭାଗ ୭୭ଟି ଟେକ୍ଟୋନିକ ପ୍ଲେଟ ରହିଛି । ଏହି ପ୍ଲେଟ ଗୋଟିଏ ଅନ୍ୟଟି ସହ ଧକ୍କା ହେବା ଫଳରେ ଭୂକମ୍ପ ସୃଷ୍ଟି ହୋଇଥାଏ ।
କିପରି ଭୂକମ୍ପରୁ ରକ୍ଷା ପାଇବେ ଜାଣନ୍ତୁ ସେ ବିଷୟରେ ।
୧- ଭୂକମ୍ପ ସମୟରେ ଲିପ୍ଟ ବ୍ୟବହାର କରନ୍ତୁ ନାହିଁ ।
୨- ବାହାରକୁ ଯିବାକୁ ହେଲେ ଶିଡିର ବ୍ୟବହାର କରନ୍ତୁ ।
୩- ଗାଡିମୋଟର ଚଳାଉଥିଲେ ଏହାକୁ ଗୋଟିଏ ସ୍ଥାନରେ ରଖି ଦିଅନ୍ତୁ ।
୪- ଭୂକମ୍ପ ହେଉଥିବାର ଜାଣିଲେ ତୁରନ୍ତ ଖୋଲା ପଡିଆକୁ ଚାଲିଯାଆନ୍ତୁ ।
୫- ଭୂକମ୍ପ ସମୟରେ ଆଲମାରୀ ,ପଙ୍ଖା ଆଦି ଉପରେ ଥିବା ଭାରି ଜିନିଷଠାରୁ ଦୂରରେ ରୁହନ୍ତୁ ।
୬- ଭୂକମ୍ପ ହେଉଥିବା ଜାଣିଲେ ସୁରକ୍ଷା ପାଇଁ ଘରେ ଥିବା ଟେବୁଲ କିମ୍ବା ଖଟ ତଳେ ରହିଯାଆନ୍ତୁ ।