ଭୁଲ ବଶତଃ ନିଜ ବିମାନକୁ ଗୁଳିକରିଥିଲା ବାୟୁସେନା

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଫେବ୍ରୁଆରି ୨୭ ତାରିଖରେ ଭାରତୀୟ ବାୟୁସେନା ନିଜର ହେଲିକପ୍ଟରକୁ ଗୁଳି ମାରି ଖସାଇବା ଏକ ‘ବଡ଼ ଭୁଲ’ । ପାକିସ୍ତାନର ଯୁଦ୍ଧ ବିମାନକୁ ଘଉଡାଇବାକୁ ଯାଇ ଭୁଲରେ ନିଜର ଏକ ବିମାନକୁ ଗୁଳି କରି ଖସାଇ ଦେଇଥିଲା । ଏହି ଘଟଣାରେ ବାୟୁସେନାର ଦୁଇ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜି ବାୟୁସେନାର ବାର୍ଷିକ ଉତ୍ସବ ଅବସରରେ ବାୟୁସେନା ମୁଖ୍ୟ ଆରକେ ସିଂ ଭାଦୌଡିଆ କହିଛନ୍ତି, କାର୍ୟ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତିକୁ ଆମେ ଗୁରୁତ୍ୱ ଦେଉଛୁ । ଏଥିଲାଗି ଗତବର୍ଷ ବାଲାକୋଟ ଷ୍ଟ୍ରାଇକ୍ ଭଳି ବହୁ ଅପରେସନରେ ସଫଳତା ମିଳିଛି ।
ଗୋଟିଏ ପଟେ ଫେବୃଆରିରେ ବାଲାକୋଟ ଷ୍ଟ୍ରାଇକ୍ ପରେ ଭାରତୀୟ ମିଗ୍ -୨୧ ବିମାନ ପାକିସ୍ତାନ୍ ଏଫ୍ -୧୬ ବିମାନକୁ ମାତ ଦେଇ ତାକୁ ଧ୍ୱସଂ କରିଥିଲା । ମାତ୍ର ଫେବୃଆରି ୨୭ରେ ସକାଳେ ଜମ୍ମୁକଶ୍ମୀରରେ ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟରକୁ ଆମର ସେନା କର୍ମଚାରୀ ଗୁଳି ମାରି ଖସାଇଦେବା ଏକ “ବଡ଼ କ୍ଷତି’ ଥିଲା ବେଳେ ସେ କହିଥିଲେ । ଏହି ଭୁଲ ଲାଗି ସଂପୃକ୍ତ ଅଧିକାରୀଙ୍କୁ ଦଣ୍ଡିତ କରାଯିବାକୁ ସେ କହିଛନ୍ତି ।