ଭୁବନରେ ବିଜେପିର ସାମ୍ବାଦିକ ସମିଳନୀ

0

( ସର୍ବେଶ୍ୱର ପାତ୍ର): ଢେ଼ଙ୍କାନାଳ ଜିଲ୍ଲା ଭୁବନ ବାଲିଝାଟିରେ ଆଜି ବିଜେପି ତରଫରୁ ଜିଲ୍ଲା ଉପସଭାପତି ଶତ୍ରୁଘନ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ରେ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି କୃଷି,ଗମନାଗମନ ଓ କାଳିଆ ଯୋଜନା ଆଦିରେ ଅନେକ ଦୁର୍ନୀତି ହୋଇଛି ।କାମାକ୍ଷାନଗର ଅଂଚଳରେ କୌଣସି ମେଡିକାଲ ରେ ଡାକ୍ତର ନାହାନ୍ତି ।ଠିକା କାମରେ ବିଜେଡି ସରକାର ତଥା ଏଠାକାର ମନ୍ତ୍ରୀ ପିସି କାର୍ୟ୍ୟରେ ସାମିଲ ଅଛନ୍ତି ।କୃଷକ ପାଇଁ ହୋଇଥିବା କାଳିଆ ଯୋଜନା ଫର୍ମ ବିକ୍ରି ହେଉଛି ଏହ।ର ତଦନ୍ତ କରାଯାଇ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିଆଯାଉ ।ଏଠାରେ ବିଜେପି ଜିଲ୍ଲା ସମ୍ପାଦକ ପ୍ରେମାନନ୍ଦ ଜେନାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।