ଭାରତୀୟ ମଜଦୁର ସଂଘର ସାଧାରଣ ବୈଠକ

(ପ୍ରଶାନ୍ତ କୁମାର ସ୍ବାଇଁ/ ପାରାଦ୍ବୀପ ):ଭାରତୀୟ ମଜଦୁର ସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ ନୂଆବଜାର ସ୍ଥିତ ସଂଘ କାର୍ୟ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଯୁବ ସଂଗଠକ ରାକେଶ କୁମାର ପଟ୍ଟନାୟକଙ୍କୁ ସଭାପତି ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା ବେଳେ ସମ୍ପାଦକ ଭାବେ ଦୋଳ ଗୋବିନ୍ଦ ଦାସଙ୍କୁ ମନୋନୀତ କରାଯାଇଛି। ତେବେ ଶ୍ରମିକଙ୍କ ସମସ୍ୟାକୁ ସମାଧାନ କରିବାକୁ କାର୍ୟ୍ୟ କରିବା ସହ ଡିଜଲାର ପ୍ରଥାକୁ ଉଚ୍ଛେଦ କରି ନିୟମିତ ନିଯୁକ୍ତିକୁ ପ୍ରାଧାନ୍ୟ ଦେବା କ୍ଷେତ୍ରରେ କାର୍ୟ୍ୟ କରିବେ ବୋଲି ନବ ନିର୍ବାଚିତ ସଭାପତି ପ୍ରକାଶ କରିଛନ୍ତି।