ଭାରତରେ ଜଟିଳ ହେଉଛି କରୋନାସ୍ଥିତି: ୭୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗଲାଣି ୨୫୪୯ ମୁଣ୍ଡ

(ମମତା ସାମଲ ): ସାରା ବିଶ୍ବରେ କରୋନା ସଙ୍କଟ । ବଢ଼ିବାରେ ଲାଗିଛି ମହାମାରୀ କରୋନା ପ୍ରଭାବ। ଭାରତରେ ମଧ୍ୟ ସ୍ଥିତି ଵେକାବୁ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଚିନ୍ତା ମଧ୍ୟ ବଢୁଛି । ଦେଶରେ ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮ ହଜାର ପାର ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୫ ଶହ ଟପିଛି ।

ଭାରତରେ କରୋନାସ୍ଥିତି ଜଟିଳ ହେଉଛି।ଗତ ୨୪ ଘଣ୍ଟାରେ ଦେଶରେ ୩୭୨୨ ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବା ବେଳେ ୧୩୭ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୮ ହଜାର ୦୦୩ ରେ ପହଂଚିଛି । ଏପର୍ୟ୍ୟନ୍ତ ଭାରତରେ ୨୫୪୯ ଜଣଙ୍କ ମୃତ୍ୟୁ ଘଟିଛି ।

ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୨୬,୨୩୫ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୯ ,୨୧୯ ସକ୍ରିୟ ଅଛନ୍ତି।ଏବେ ୪୯ ହଜାର ୨୧୯ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏକ ସପ୍ତାହ ମଧ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨ ଗୁଣିତ ହୋଇଛି ।
ମହରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଦିଲ୍ଲୀ ଓ ଗୁଜୁରାଟରେ ମଧ୍ୟ ସ୍ଥିତି ଭୟଙ୍କର। ଅନ୍ୟପଟେ ଓଡିଶାରେ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ୬୧୧ ପଜିଟିଭ ଥିବା ବେଳେ ସେଥିରୁ ୪୬୫ ଜଣ ସକ୍ରିୟ ଥିବା ଜଣାପଡିଛି । ୧୪୩ ଜଣ ସୁସ୍ଥ ହୋଇଛନ୍ତି । ୩ଜଣଙ୍କ ମୃତ୍ୟୁ ଘଟିଛି ।

କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଏବେ ସଙ୍କଟରେ ପଡ଼ିଛି । ବିଶ୍ୱର ପ୍ରାୟ ୨୧୦ରୁ ଅଧିକ ଦେଶକୁ ବ୍ୟାପିଥିବା ଏହି ମହାମାରୀ କରୋନା ଭୟଙ୍କର ରୂପ ନେଉଛି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୪ ରୁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଥିଲା । ପୁଣି ଏହାକୁ ମେ ୩ଯାଏଁ ବୃଦ୍ଧି କରାଯାଇଥିଲା । ତେବେ ଦେଶରେ ସ୍ଥିତି ବିଗୁଡୁଥିବାରୁ ମେ ୧୭ ଯାଏଁ ଲକ୍ ଡାଉନ୍ କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲେ ସଂକ୍ରମଣ ରୋକିବାକୁ ଲକ୍ ଡାଉନ୍ ୪.୦ ମଧ୍ୟ ଲାଗୁ କରାଯାଇପାରେ ।