(ଶେଖ ଫାଇଜାନ କାଦରୀ, ଭଦ୍ରକ): ଆଜି ମାନ୍ୟବର ପଞ୍ଚାୟତି ରାଜ,ନଗର ଉନ୍ନୟନ,ଆଇନ ଓ ପାନିୟଜଳ ବିଭାଗିୟ ମନ୍ତ୍ରୀ ପ୍ରତାପ ଜେନା ଭଦ୍ରକ ଜିଲ୍ଲା ଗସ୍ତରେ ଆସିଛନ୍ତି । ସେଠାରେ ପହଞ୍ଚିବା ପରେ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଜେଡି ମୁଖପାତ୍ର ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ , ବିଧାୟକ ସଂଜିବ ମଲ୍ଲିକ ଙ୍କ ସମେତ ବହୁ ଜିଲ୍ଲାସ୍ତରିୟ ନେତା ଓ ହଜାର ହଜାର କର୍ମୀ ଗେଲପୁର ଛକ ନିକଟରେ ସ୍ବାଗତ କରି ଏକ ଶୋଭାଯାତ୍ରାରେ ପ୍ରଥମେ ଗେଲପୁର ଠାରେ ନୁତନ ସର୍କିଟ ହାଉସ ର ଶିଳାନ୍ୟାସ କରିଛନ୍ତି। ସେହିପରି ମହତାବ ଛକ ଠାରୁ ଡାହାଣି ଗଡିଆ ରାସ୍ତା ପ୍ରଶସ୍ତିକରଣ ଯୋଜନାର ଶୁଭାରମ୍ଭ କରିବା ସହ କଚେରୀବଜାର ଠାରୁ ପୁରୁଣାବଜାର ରାସ୍ତା ଓ ବ୍ଲକ କଲୋନୀରେ ପାଠାଗାର ର ଶିଳାନ୍ୟାସ କରିଛନ୍ତି। ପରେ ଏକ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରି ରାଜଘାଟସ୍ଥିତ ଆହାର କେନ୍ଦ୍ରରେ ଶୀତ ତାପ ନିୟନ୍ତ୍ରିତ କଠୋରୀର ଉଦଘାଟନ କରିବା ସହ ଲୋକମାନଙ୍କୁ ଖାଦ୍ୟବଣ୍ଟନ କରିଛନ୍ତି।ନୂଆବସଷ୍ଟାଣ୍ଡ ଠାରେ ମାର୍କେଟ କମ୍ପ୍ଲେକ୍ସ ଶିଳାନ୍ୟାସ ଓ ମୋବାଇଲ ଟଏଲେଟ ର ଶୁଭ ଉଦଘାଟନ କରିବା ପରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଏକ ସାଧାରଣ ସଭାରେ ଯୋଗଦାନ କରିଛନ୍ତି।
ଜିଲ୍ଲାପାଳ ଜ୍ଞାନ ରଂଜନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ବାନ ଅଞ୍ଚଳରେ ଥିବା ସ୍ବୟଂ ସହାୟକ ଗୋଷ୍ଠି କୁ ସମୃଦ୍ଧି କରିବା ସଂପର୍କରେ ରାଜ୍ୟ ସରକାରଙ୍କ ନୂତନ ଯୋଜନା କୁ ଅବଗତ କରାଇବା ସହ ବିଭିନ୍ନ ଯୋଜନାରେ ଅର୍ନ୍ତଭୂକ୍ତ ହିତାଧିକାରୀଙ୍କୁ କାର୍ୟ୍ୟାଦେଶ ବଣ୍ଟନ କରିଛନ୍ତି। ତେବେ ଆଗାମୀ ଦିନରେ ଭଦ୍ରକ ସହରକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଏକ ମାଷ୍ଟର ପ୍ଲାନ କରାଯାଇ ଆବଶ୍ୟକୀୟ ଅନୁଦାନ ରାଶି ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଜେନା।