(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାର ଦଦରାଲୁଣ୍ଡା ଗାଁରେ ବୋମାମାଡ । ଏଥିରେ ବନ୍ଧ ସାହିରେ ୩ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ ଆହତ ଡାକ୍ତରଖାନାରେ ଭର୍ତ୍ତି ।ଗୁରୁତର ଆହତମାନେ ହେଲେ ସେହି ଗାଁର ଚନ୍ଦନ ନାଇକ, ଦିଗାମ୍ବର ନାଇକ, ରିତୁ ନାଇକ । ସେହପରି ମୃତକ ଜଣଙ୍କ ହେଲେ କୃଷ୍ଣ ଗୌଡ । ତେବେ ବୋମାମାଡ ପରେ ୪ ଜଣ ଗୁରୁତର ଆହତ ହୋଇପଡିଥିବାବେଳେ ସମସ୍ତଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ଗଞ୍ଜାମ ବୋମାମାଡ ଘଟଣା; ଜଣେ ମୃତ, ୩ ଆହତ ପରେ କୃଷ୍ଣ ଗୌଡଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ବାଟରେ ଯିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।ସେପଟେ ବୋମାମାଡର କାରଣ ଅସ୍ପଷ୍ଟ ଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ହୋଇଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ୬ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି