(ମମତା ସାମଲ)ରିପୋର୍ଟସଟୁଡେ:ଗୁମ୍ପାରେ ବାଘ କିମ୍ବା ସିଂହ ରହିଥାଏ । କିନ୍ତୁ ଏଠାରେ ଯେଉଁ ଗୁମ୍ପା ସମ୍ପର୍କରେ ଆଲୋଚିତ ହୋଇଛି, ସେଠାରେ କେବଳ ମଣିଷ ହିଁ ବାସ କରେ । ଏହାକୁ ଦୁନିଆର ସବୁଠୁ ସୁନ୍ଦର ଗୁମ୍ପା ବୋଲି କୁହାଯାଏ । ବେକହମ କ୍ରିକ ଲଜ ନାମରେ ପରିଚିତ ଏହି ଗୁମ୍ପା ଆମେରିକାର ଅରଙ୍କସାସରେ ଅବସ୍ଥିତ । ଏହା ଏକ ଅପହଞ୍ଚ ଇଲାକା । ବୋମା ବିସ୍ଫୋରଣରୁ ରକ୍ଷା ପାଇବାକୁ ଗୁମ୍ପାକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଏ । ୧୯୮୮ରେ ଗୁମ୍ପାକୁ ଏକ ହୋଟେଲ ରୂପ ଦିଆଯାଇଥିଲା । ଏହି ଗୁମ୍ପା ପଛରେ ପ୍ରାୟ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଗୁମ୍ପା ଭିତରେ ଦାମୀ ଫର୍ଣ୍ଣିଚର ସାଙ୍ଗକୁ ଖାଦ୍ୟ ପାନୀୟର ବ୍ୟବସ୍ଥା ରହିଛି ।ତା’ସହ ମନୋରମ ଜଳପ୍ରପାତ ଗୁମ୍ଫାର ଆକର୍ଷଣକୁ ଦ୍ୱିଗୁଣିତ କରିବାରେ ସାହାଯ୍ୟ କରିଥାଏ। ଗୁମ୍ଫା ଭିତରେ ଗୋଟିଏ ଦିନ ରହିବା ପାଇଁ ପ୍ରାୟ ୧ଲକ୍ଷ ୧୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ।