ନୂଆଦିଲ୍ଲୀ: ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଲେ କିଙ୍ଗ କୋହଲି । ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ହାରିବା ପରେ କୋହଲିଙ୍କ ଏହି ବଡ ନିଷ୍ପତ୍ତି । ଆଉ ସେ ଟେଷ୍ଟ ମ୍ୟାଚର ଅଧିନାୟକତ୍ୱ କରିବେ ନାହିଁ । ଏନେଇ ଟ୍ୱଟ କରି ସୂଚନା ଦେଇଛନ୍ତି ବିରାଟ । ଟ୍ୱିଟ ବେଳେ ଭାବୁକ ହୋଇ ଲେଖିଲେ ୭ ବର୍ଷ ହେଲା ଟିମର ସଫଳତା ପାଇଁ କାମ କରୁଥିଲି । ପୂର୍ବରୁ ଟି-୨୦ ଓ ଦିନିକିଆରୁ ମଧ୍ୟ ଅଧିନାୟକ ପଦ ଛାଡିଥିଲେ ବିରାଟ ।ଏବେ ସାଥୀ ଖେଳାଳି ରୋହିତ ଅଧିନାୟକ ପଦ ସମ୍ଭାଳିବେ