(ସେଖ ଫାଇଜାନ କାଦରୀ / ଭଦ୍ରକ): ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ଶଙ୍କର ପୁରରୁ ବିପୁଳ ପରିମାଣରେ ନକଲି ଜ଼ର୍ଦ୍ଦା ସହ ଏଥିରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶ ଜବତ । ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ନକଲି ଜ଼ର୍ଦ୍ଦାର ଆନୁମାନିକ ମୂଲ୍ୟ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ପୁରୁଣାବଜାର ଥାନା ଶଙ୍କରପୁର ଅଞ୍ଚଳରେ ନକଲି ଜ଼ର୍ଦ୍ଦା କାରଖାନା ଚାଲିଥିବା ଖବର ପୋଲିସ ଜାଣିବାକୁ ପାଇଥିଲା । ପୁରୁଣାବଜାର ପୋଲିସ ପକ୍ଷରୁ ଏକ ଟିମ ସମ୍ପୃକ୍ତ ଅଞ୍ଚଳକୁ ଚଢ଼ାଉ କରାଯିବା ସହ ବିପୁଳ ପରିମାଣରେ ନକଲି ଜ଼ର୍ଦ୍ଦା, ବିଭିନ୍ନ ନାମୀ ଦାମୀ କମ୍ପାନୀର ଲୋଗୋ ସହ ଯନ୍ତ୍ରାଂଶ ଜବତ କରିଛି ।