ବିପିନ ରାୱତଙ୍କ ଚପ୍ପର କ୍ରାସର ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ସିଡିଏସ ବିପିନ ରାୱତଙ୍କ ଚପ୍ପର କ୍ରାସ ଘଟଣାର ଆସିଲା ତଦନ୍ତ ରିପୋର୍ଟ । କିପରି ଆଉ କେଉଁ ପରିସ୍ଥିତିରେ ସେଦିନ ହୋଇଥିଲା ବିମାନ ଦୁର୍ଘଟଣା, ସେ ପ୍ରଶ୍ନର ମିଳିଛି ସଠିକ ଉତ୍ତର । ତିନି ସେନାର ମିଳିତ ତଦନ୍ତର ପ୍ରାଥମିକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ, ହେଲିକପ୍ଟରରେ ସେଦିନ ହୋଇନଥିଲା କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା କୌଣସି ଅବହେଳା । ପାଗ ଖରାପ ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ସୂଚନା ଦିଆଯାଇଛି । ହଠାତ ପାଗ ବଦଳିଯିବାରୁ ବାଦଲ ଭିତରେ ପଶି ଚପ୍ପର ଦୁର୍ଘଟଣାର ସାମନା କରିଥିଲା । ପାଣିପାଗ ବଦଳିବା ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ହେଲିକପ୍ଟର MV ୧୭ ଠ୫  ।