ବିପର୍ଯ୍ୟସ୍ତ ହୋଇପଡ଼ିଛି ଖୋର୍ଦ୍ଧାରେ ଆଲୋକି କରଣ ବ୍ୟବସ୍ଥା

( ଜଟନୀ / ଶେଖ ଅରଶଦ ଉଲ ହକ ): ଖୋର୍ଦ୍ଧା ଜିଲ୍ଲା ଆଜି ସବୁ ଠାରୁ ଏକ ପଛୁଆ ଜିଲ୍ଲା ଭାବରେ ପରିଗଣିତ ହୋଇଛି । କୋଟି କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ସହର ମଧ୍ୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଆଲୋକୀ କରଣ କରାଯାଇଥିଲେ ମଧ୍ୟ ଆଜି ଖୋର୍ଦ୍ଧା ସହର ଅନ୍ଧକାର ମଧ୍ୟରେ ରହିଛି । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ନୂଆବସଷ୍ଟାଣ୍ଡ ଠାରୁ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଭୁବନେଶ୍ୱର ଲୋକ ସଭା ସାଂସଦ ଡ଼ଃ.ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ଆଂଚଳିକ ଉନ୍ନୟନ ଅନୁଦାନ ପାଣ୍ଠି ଏହି ହାଇମାକ୍ସ ଲାଇଟ୍ର ସ୍ଥାପନ କରାଯାଇଥିଲା । କିଛି ଦିନ ଜଳିଲା ପରେ ଏହା ନିମ୍ନ ମାନର କାମ ଯୋଗୁଁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ଗଲା । ହାଲୋଜିନ୍ ବଲବ ବଦଳରେ ଏଲ.ଇ.ଡ଼ି ବଲବ ଲଗାଗଲା । କିନ୍ତୁ ଅବସ୍ଥାରେ କୋ÷ଣସି ସୁଧାର ଆସିଲା ନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା ପଲ୍ଲାହାଟ ଠାରୁ ଇସ୍କନ୍ ମଠ ପର୍ଯ୍ୟନ୍ତ ହାଇମାକ୍ସ ଲାଇଟର ସମ୍ପ୍ରସାରଣ କରାଗଲା । ନାମଫଳକ ଲଗାଯାଇ ଶୁଭ ଉଦ୍ଘାଟନ କରାଗଲା । କିଛି ଦିନ ଏହା ଜଳିବା ପରେ ବର୍ତମାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଫଳରେ ରାତ୍ରି ସମୟରେ ଖୋର୍ଦ୍ଧା ସହର ଆଜି ଅନ୍ଧକାରମୟ ହୋଇପଡ଼ିଛି । ଯାହା ଫଳରେ ଚୋରି ରାହାଜାନି ବୃଦ୍ଧି ପାଇଛି । ଏହି ହାଇମାକ୍ସ ଲାଇଟବାବଦକୁ କୋଟି କୋଟି ଟଙ୍କା ଲୁଟ୍ କରାଯାଇଛି । ଟେଣ୍ଡର କାମ ଅଭିଜ୍ଞତା ନଥିବା କମ୍ପାନୀ କୁ ଦିଆଯାଇଛି । ଫଳରେ ଖୋର୍ଦ୍ଧା ବାସୀ ଆଜି ଅନ୍ଧକାରରେ ଦିନ କାଟୁଛନ୍ତି । ଏ ସମ୍ପର୍କରେ ବିଦ୍ଧ ବଦ୍ଧ ଭାବରେ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।