(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ବଣେଇ ଥାନା ଅନ୍ତର୍ଗତ ବରଡାବାହାଳଠାରେ ଆଜି ଏକ ଡମ୍ଫର ଚାଳକ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡିଛି ।
ସୂଚନାନୁଯାୟୀ, ଆଜି ଅପରାହ୍ନରେ ଏକ ଡମ୍ଫର ଗାଡି ବାଲି ବୋଝାଇ କରି ବରଡାବାହାଳ ଠାରେ ଥିବା ଏକ କାରଖାନା ଯାଇ ବାଲି ପକାଉଥିବାବେଳେ ଡମ୍ପରର ଡାଲାଟି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଡମ୍ଫରର ଚାଳକ ତଳକୁ ଓହ୍ଲାଇଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଚାଳକଙ୍କ ପରିଚୟ ଜଣାପଡ଼ି ନୀହିଁ। ଖବର ପାଇ ଘଟଣାସ୍ଥଳରେ ବଣେଇ ଥାନା ଏଏସଆଇ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିବା ଜଣାପଡ଼ିଛି।