(ପ୍ରିୟଦର୍ଶନୀ ସ୍ୱାଇଁ/ମୁମ୍ବାଇ): ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର୍ ବିରାଟ କୋହଲି ଉଭୟ ଗତ ବର୍ଷ ଫେବ୍ରୁଆରିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହା ଭିତରେ ବିରୁଷ୍କାଙ୍କ ବିବାହ ବାର୍ଷିକ ମଧ୍ୟ ସରିଲାଣି। ବିବାହର ଏକ ବର୍ଷ ପରେ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଅନୁଷ୍କାଙ୍କ ବିଦାୟୀ ଭିଡିଓ। ତେବେ, ସେମାନଙ୍କ ବିବାହ ସମୟର ଫଟୋ ସେତେବେଳେ ପ୍ରଶଂସକ ଦେଖିବାକୁ ପାଇନଥିଲେ । ଏବେ ପର୍ଯ୍ୟନ୍ତ ବିରୁଷ୍କା ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ନିଜ ଆଡୁ ଅପଲୋଡ଼ ବି କରିନଥିଲେ। କିନ୍ତୁ ଧୀରେ ଧୀରେ ଦୁହିଁଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି । ମାତ୍ର ଅନୁଷ୍କାଙ୍କ ଏହି ବିଦାୟୀ ବେଳର ଭିଡିଓକୁ ବହୁ ପ୍ରଶଂସା କରିଛନ୍ତି ଦର୍ଶକ ।
https://www.instagram.com/p/BvNqrUUHnlb/?utm_source=ig_web_button_share_sheet