(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ବିଗୁଲ ବାଜିଥିବା ବେଳେ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀଙ୍କ ଚିନ୍ତା ବଢି ଯାଇଛି। ଗୋଟିଏ ପଟେ ଉତ୍ତର ପ୍ରଦେଶରେ ବିଜେପି ବିରୋଧରେ ବହୁଜନ ସମାଜ ପାର୍ଟି (ବିଏସପି) ଓ ସମାଜ ବାଦୀ ପାର୍ଟି (ଏସପି) ମଧ୍ୟରେ ମେଣ୍ଟ ହୋଇଥିଲା । ମେଣ୍ଟକୁ ମାସ ଗୋଟିଏ ହୋଇନଥିବା ବେଳେ ଏକା ଥରକେ ବିଏସପିର ୧୫ ଜଣ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି । ଏହି ନେତାମାନେ ୨୦୧୭ରେ ଉତ୍ତରପ୍ରଦେଶର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁଜନ ସମାଜ ପାର୍ଟି ଟିକେଟରେ ବିଧାନସଭା ନିର୍ବାଚନ ଲଢିଥିଲେ।
ବିଏସପିର ବିଜୟ ପ୍ରକାଶ ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି। ସେ ଗତ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବିଏସପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଅମାନତ ହରାଇଥିଲେ। କେବଳ ବିଏସପି ନୁହେଁ କଂଗ୍ରେସ ଦଳରୁ ମଧ୍ୟ ୨୮ ଜଣ ବରିଷ୍ଠ ନେତା ଦଳ ଛାଡ଼ି ଭାଜପାରେ ସାମିଲ ହୋଇଥିବା ଜଣାଯାଇଛି।