ବାଘାଯତୀନଙ୍କ ୧୦୪ ତମ ବଳିଦାନ ଦିବସ ପାଳିତ

(ଦୀପକ ମିଶ୍ର)ଉଦଳା: କପ୍ତିପଦା ବ୍ଳକ ଅଧିନ ମହୁଲଡ଼ିହା ଠାରେ ସହିଦ ବାଘାଯତୀନଙ୍କ ୧୦୪ ତମ ବଳିଦାନ ଦିବସ ପାଳିତ ହୋଇଛି । ଏହି ଅବସରରେ ସକାଳେ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମଶାଲ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା । ଏହା ସହିତ ବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଛି । ବଳିଦାନ ଦିବସ ପାଳନ ନିମନ୍ତେ ଆୟୋଜିତ ଏକ ମଞ୍ଚରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ,ମୟୂରଭଞ୍ଜ ସାଂସଦ ବିଗେଶ୍ୱର ଟୁଡ଼ୁ,ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢେଇଙ୍କ ସମେତ ବାଘାଯତୀନଙ୍କ ବଂଶଜ ମାନେ ମଧ୍ୟ ମଂଚାସୀନ ହୋଇଥିଲେ। ଏହି ଅବସରରେ ବାଘାଯତୀନଙ୍କ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା । ତତସହିତ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଗାମୀ ଦିନରେ ଏହି ଠାରେ ବାଘାଯତୀନଙ୍କ ମେମୋରିଆଲ ନିର୍ମାଣ କରିବା ଏବଂ କିପରି ଭାବେ ଏହି ସ୍ମୃତିପୀଠ ସଂସ୍କୃତି ବିଭାଗକୁ ହସ୍ତାନ୍ତର ହୋଇପାରିବ । ତତସହିତ ଏହାର ଉନ୍ନତିକରଣ ହୋଇ ଏକ ସୁନ୍ଦର ମେମୋରିଆଲ ହୋଇପାରିବ ସେ ନେଇ ସେ ଚେଷ୍ଟା କରିବା ସହିତ ପ୍ରସ୍ତାବ ଅବଗତ କରାଇବେ ବୋଲି କହିଛନ୍ତି ।