ବହୁ ପ୍ରତୀକ୍ଷିତ ଭାଲୁଜୋର ସେତୁ ଉଦଘାଟନ କଲେ ବିଧାୟକ ପ୍ରଦୀପ ଦିଶାରୀ

 (ଗୋଲାପ ସାହୁ / କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଧନସୁଲି ଗ୍ରାମପଞ୍ଚାୟତ  ସସ୍ତୁଗୁଡା ଭାଲୁଜୋର ନଳା ଠାରେ ବହୁ ପ୍ରତୀକ୍ଷିତ ସେତୁ ଉଦଘାଟନ ହୋଇଯାଇଛି ।  ଦୀର୍ଘ ୧୫ ବର୍ଷ ଧରି ଅପେକ୍ଷା କରିଥିଲେ ଅଞ୍ଚଳବାସୀ । ଆଠଟି ଗାଁର ଶତାଧିକ ଲୋକେ ଉପକୃତ ହେବେ । ଏହି ସେତୁ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ କ୍ଷେତ୍ରରେ ସହଯୋଗ ହେବ।କଳାହାଣ୍ଡି ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ଡୁଲୁଘାଟି ରାସ୍ତା ପାଇଁ ଏହି ଭାଲୁଜୋର ଏକ ବାଧକ ଥିଲା। ଅଞ୍ଚଳବାସୀ ଏହି ସେତୁ ପାଇଁ ଶ୍ରମଦାନ କରିଥିବା ବେଳେ ବିଜୁ କେବିକେ ଫଣ୍ଡରୁ ଏହାର ନିର୍ମାଣ କାର୍ୟ୍ୟ ସମ୍ପାଦନ ହୋଇଛି। ଆଜି ଏହାକୁ ଉଦଘାଟନ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ।