ବହୁମତ ପାଇବାକୁ ପ୍ରତିମା ଆଶାବାଦୀ

(ଜୟନ୍ତ ସେଠୀ) ଗୋପ: ଜଗସିଂହପୁର ସଂସଦୀୟ କ୍ଷେତ୍ର ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପ୍ରତିମା ମଲ୍ଲିକ , ରାଜନୀତିରେ ପ୍ରଥମଥର ଏହି ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଥିବା ପ୍ରତିମା ଏବେ ବିଭିନ୍ନ ନିର୍ଵାଚନ ମଣ୍ଡଳୀରେ ନିଜର ପ୍ରଚାର ଜୋର ସୋର ଅ।ରମ୍ଭ କଲେଣି । ଏହି ସଂସଦୀୟ କ୍ଷେତ୍ରରେ ବିଜେଡି ଡଃ ରାଜଶ୍ରୀ ମଲ୍ଲିକ ଓ ବିଜେପିରୁ ବିଭୁ ତରାଇଙ୍କ ଭଳି ହେଭିଓ୍ଵେଟଙ୍କୁ ଟିକେଟ ପ୍ରଦାନ କରାଯାଇଛି । ପ୍ରତିମା ନିଜ ସମର୍ଥକମାନଙ୍କୁ ସାଙ୍ଗରେ ଧରି ବିଜେଡିର ଏହି ଗଡକୁ ଦଖଲ କରିବା ପାଇଁ ଅ।ପ୍ରାଣ ଉଦ୍ୟମ କରୁଛନ୍ତି । ଜଣେ ମହିଳା ହିସାବରେ ତାଙ୍କୁ ବିଭିନ୍ନ ଅଂଚଳରେ ବିଫୁଳ ଜନ ସମର୍ଥନ ରହିଥିବା ବେଳେ ଚଳିତ ଥର କଂଗ୍ରେସ କୁ ବହୁମତ ମିଳିବ ବୋଲି ଅ।ଶାବାଦୀ ଅଛନ୍ତି ପ୍ରତିମା।