ବରଗଡ ଜିଲ୍ଲାରେ ଗଙ୍ଗାଧର ଜୟନ୍ତୀ ପାଳିତ

(ଚିତ୍ତରଞ୍ଜନ ସାହୁ)ବରଗଡ: ବରଗଡ ଜିଲ୍ଲା ରେଶମ ଆଞ୍ଚଳିକ ମହାବିଦ୍ୟାଳୟରେ ୧୫୮ତମ ବିଶ୍ୱ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅଧକ୍ଷ ପୁରନ୍ଦର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ଼ ଘନଶ୍ୟାମ ପାଣିଗ୍ରାହୀ,ସମ୍ମାନିତ ଅତିଥି ସାମ୍ବାଦିକ ତଥା ସମାଜ ସେବୀ ଚିତ୍ତରଞ୍ଜନ ସାହୁ, ମୁଖ୍ୟ ବକ୍ତା ଭାବରେ ଜେଠୁ ଭୋଇ ଯୋଗଦାନ କରି ସ୍ଵଭାଵ କବି ଗଙ୍ଗାଧରଙ୍କ ରଚିତ ପ୍ରଣୟବଲ୍ଳହରି,କୀଚକବଧ,ମଙ୍ଗଳେ ଆଇଲାଉଷା,ତପସ୍ୱିନୀ କାବ୍ୟ ଉପରେ ମଞ୍ଚା ସିନ ଅତିଥି ପୁଙ୍ଖାନୁପୁଙ୍ଖ ଭାବରେ ବକ୍ତବ୍ୟ ପ୍ରଦାନ କରିବା ସହ କବିଙ୍କ ଲିଖିତ କବିତା ମାନ ଗାନ କରିଥିଲେ।ସଭା କାର୍ୟ୍ୟ ଆରମ୍ଭରୁ ଅତିଥି ମାନେ ଗଙ୍ଗାଧର ଓ ମାଁ ସରସ୍ବତୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଦୀପ ପ୍ରଜ୍ବଳନ କରିବା ପରେ ମହାବିଦ୍ୟାଳୟର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।ସଭା ଶେଷରେ ନାଟ୍ୟଶ୍ରୀ ହର୍ଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।