ବନସ୍ତେ ଡାକିଲା ଗଜ…ବରଷକେ ଥରେ ଆସିଛି ରଜ
ଆଜି ଓଡ଼ିଶାର ପ୍ରସିଦ୍ଧ ପର୍ବ ପହିଲି ରଜ ଅର୍ଥାତ ବନସ୍ତେ ଡାକିଲା ଗଜ…ବରଷକେ ଥରେ ଆସିଛି ରଜ… ।
(ଭୁବନେଶ୍ୱର) : ଆଜି ଓଡ଼ିଶାର ପ୍ରସିଦ୍ଧ ପର୍ବ ପହିଲି ରଜ ଅର୍ଥାତ ବନସ୍ତେ ଡାକିଲା ଗଜ…ବରଷକେ ଥରେ ଆସିଛି ରଜ… । ରଜ ଦୋଳି କଟମଟ… । ଆଜି ପହିଲି ରଜ । ଘରେ ଘରେ ମହକୁଛି ପିଠାର ବାସ୍ନା । ସକାଳୁ ଚକୁଳି, ଇଟିଲି, ସୁଜି କାକରା, ମଣ୍ଡା ଆଉ ପୋଡ଼ ପିଠାର ମଜା ନେଉଛନ୍ତି ସମସ୍ତେ । ନାଚଗୀତ କରିବା ସହ ରଜ ପାନ ଖାଇ ଉତ୍ସବକୁ ବେଶ୍ ଧୁମ୍ଧାମ୍ରେ ପାଳନ କରିବେ ।

ତେବେ କରୋନା ପାଇଁ ଗତ ଦୁଇବର୍ଷ ହେବ ଫିକା ପଡ଼ିଥିବା ରଜ ଉତ୍ସବରେ ଏଥର ଧୁମ୍ ମଉଜ ହେବ । ଆଜିଠୁ ତିନି ଦିନ ଯାଏ ରାଜଧାନୀର ପୂରା ପରିବେଶ ଉତ୍ସବ ମୁଖର ହେବ । ରଜ ପୂର୍ବରୁ ସୋମବାର ଥିଲା ସଜବାଜ ।
ଆଜି ସକାଳୁ ସମସ୍ତେ ନୂଆ ପୋଷାକ ପିନ୍ଧି ରଜ ଉତ୍ସବ ମନାଉଛନ୍ତି। ରାଜଧାନୀର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରଜ ମହୋତ୍ସବ ଆୟୋଜନ କରାଯାଇଛି । ଦୋଳି ଖେଳର ବ୍ୟବସ୍ଥା ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ରଖାଯାଇଛି।