ଭୁବନେଶ୍ୱର: ଘରୋଇ ଟେଲିଭିଜନ୍ ସମ୍ପାଦକଙ୍କ ନାଁରେ କୋଟି କୋଟି ଟଙ୍କାର ଠକେଇ । ଧିରେ ଧିରେ ବଢ଼ିବାରେ ଲାଗିଛି ଅର୍ଦ୍ଧେନ୍ଦୁ ଦାସଙ୍କ ପାଇଁ ଅଡ଼ୁଆ । କୋଟିଏ ଟଙ୍କା ଠକେଇ ଅଭିଯୋଗରେ ‘ବଡ଼ ଖବର’ ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଅଡୁଆ ବଢ଼ିବାରେ ଲାଗିଛି ।ତାଙ୍କ ନାଁରେ ବଢ଼ିବାରେ ଲାଗିଛି ନୂଆ ନୂଆ ବିବାଦ। ଦିଲ୍ଲୀର ଗଗନଦୀପ ସିଂହଙ୍କ ଅଭିଯୋଗ କ୍ରମେ ଇଓଡବ୍ଲ୍ୟୁ ଅର୍ଦ୍ଧେନ୍ଦୁଙ୍କ ବାସଭବନ ଉପରେ ଗତ ମଙ୍ଗଳବାର ଚଢ଼ଉ ହୋଇଥିଲା । ତେବେ ଆଜି ତଥା ବୁଧବାର ଭୁବନେଶ୍ୱର ଟଙ୍କପାଣି ସ୍ଥିତ ବୈଦୁତିକ ଚାନେଲ ବଡ଼ ଖବର କାର୍ଯ୍ୟାଳୟ ଉପରେ ଚଢ଼ଉ ହୋଇଛି । ଆଜି ଦିନତମାମ ଏହି ଚଢ଼ଉ ଚାଲିଥିଲେ ମଧ୍ୟ ତଦନ୍ତ ଶେଷ ହୋଇନଥିବା ଜଣାପଡିଛି । ପ୍ରଥମେ ତାଙ୍କ ଭୁବନେଶ୍ୱର ଜାଗମରା ସ୍ଥିତ ଘରେ EOW ଚଢ଼ାଉ କରିଥିବା ବେଳେ ଏବେ କର୍ମଚାରୀଙ୍କୁ ଧମକ ଦେଇଥିବା ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ବକେୟା ଦରମା ମାଗିବାରୁ କର୍ମଚାରୀଙ୍କ ସହ ଗୁଣ୍ଡାଗିରି ହୋଇଥିବା ଅଭିଯୋଗ ହୋଇଛି । ଘରୋଇ ଟେଲିଭିଜନ୍ ଚ୍ୟାନେଲ୍ ନାଁରେ ଗୁଣ୍ଡାଗିରି ଓ ଧମକ ଦେଉଥିବା ନେଇ କଟକ ମର୍କତ ନଗର ଥାନାରେ ମାମଲା ରୁଜ୍ଜୁ ହୋଇଛି । ବଡ଼ ଖବର ଚ୍ୟାନେଲରେ କାମ କରୁଥିବା କର୍ମଚାରୀ ଦୀପକ ବିଶ୍ୱାଳଙ୍କ ପତ୍ନୀ ପ୍ରିତୀମୟୀ ବିଶ୍ୱାଳ ଧମକ ନେଇ ଅଭିଯୋଗ କରିଛନ୍ତି ।
କର୍ମଚାରୀଙ୍କୁ ଦରମା ଦେବା ବଦଳରେ ଗୁଣ୍ଡାଗିରି କରିବା ସହ ଧମକ ଦେବା ନେଇ ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଘରଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ନଦେଇ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଘର ମାଲିକ । ଏନେଇ ଘର ମାଲିକ ବିଶ୍ୱଜିତ ସାହୁ ବଡ଼ଗଡ଼ ଥାନାରେ ଦେଇଛନ୍ତି ଏତଲା । ୬ ମାସର ୫ ଲକ୍ଷ ଟଙ୍କା ଭଡ଼ା ଦେଇ ନଥିବା ଅଭିଯୋଗ ହୋଇଛି । ଏନେଇ ଘର ମାଲିକ ବିଶ୍ୱଜିତ ଟଙ୍କା ମାଗିବାରୁ ଅର୍ଦ୍ଧେନ୍ଦୁ ଦାସ ତାଙ୍କୁ ଗାଳି ଗୁଲଜ କରିବା ସହ ଓ ଧମକ ଦେଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଛି ବଡ଼ଗଡ଼ ଥାନା ପୋଲିସ ।
ଦେଇଥିବା ଏତଲାରେ ଭଡ଼ା ଘରକୁ ଠିକସେ ରକ୍ଷଣାବେକ୍ଷଣ ହେଉନଥିବା ଦର୍ଶାଯାଇଛି । ବିନା ଅନୁମତିରେ ଘର କାନ୍ଥ ଖୋଲିବା ସହ ବିଭିନ୍ନ ସ୍ଥାନରେ ପାନ ଛେପ ପକାଯାଉଛି । ଏନେଇ ବାରମ୍ବାର ଜଣାଇଲେ ଥିଲେ ଘର ମାଲିକ । ପ୍ରତି ବଦଳରେ ଅର୍ଦ୍ଧେନ୍ଦୁ ଦାସ ଘର ମାଲିକ ବିଶ୍ୱଜିତଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ସେହିପରି ବକେୟା ଟଙ୍କା ସହ ଘର ଛାଡ଼ିବାକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିବା କହିଛନ୍ତି ଘର ମାଲିକ । ତେଣୁ ଯଥାଶୀଘ୍ର ବାକି ଥିବା ଘର ଭଡ଼ା ପ୍ରଦାନ କରିବାକୁ ଏତଲାରେ ଦର୍ଶାଇଛନ୍ତି ବିଶ୍ୱଜିତ୍ । ପୂର୍ବରୁ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ କଟକ ପୁରିଘାଟ ଥାନାରେ ମାମଲା ଦାୟର ହୋଇଥିଲା । କଟକ ଜାଉଁଳିଆପଟିରେ ପ୍ଲାଏଉଡ୍ ବ୍ୟବସାୟ ନିଶିଥ ଅଗ୍ରୱାଲ ଏନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ, ୨୦୨୦ ମସିହା ଅକ୍ଟୋବର ମାସରେ ଅର୍ଦ୍ଧେନ୍ଦୁ ବ୍ୟବସାୟୀଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ପ୍ଲାଏଉଡ଼ ନେଇଥିଲେ । ଏହି ବାବଦରେ ଅର୍ଦ୍ଧେନ୍ଦୁ ତାଙ୍କୁ ୪ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରିଥିଲେ । କିନ୍ତୁ ବାକି ଥିବା ୬ ଲକ୍ଷ ୬୦ ହଜାର ଟଙ୍କା ଦେବାକୁ ରୋକଠୋକ ମନା କରିଦେଇଥିଲେ । ଅର୍ଦ୍ଧେନ୍ଦୁଙ୍କ ନାଁରେ ଇଓଡବ୍ଲୁ ଓ କଟକ ପୁରୀଘାଟ ଥାନାରେ ଦୁଇଟି ଠକେଇ ଅଭିଯୋଗ ହୋଇଛି ।ସେହିଭଳି ୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଗତକାଲି ଅର୍ଦ୍ଧେଦୁ ଦାସଙ୍କ ଜାଗମରାସ୍ଥିତ ବାସଭବନରେ ଚଢ଼ାଉ କରିଥିଲା ଇଓଡବ୍ଲୁ ।