ଫେକ୍ କଲ୍

(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଓୁଡ଼େ ) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ରହଣିଆ ପଞ୍ଚାୟତ ନୂଆପୋଖରୀ ଗ୍ରାମର ସୌଦାମିନୀ ସାହୁ। ମୋଦିଙ୍କଠାରୁ ଟଙ୍କା ଆସିବ କହି ଏଟିଏମ୍ ସିକ୍ରେଟ ନମ୍ବର ମାଗି ନେଇ ତାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ କରାଯାଇଥିବା ସେ ଗୁରୁବାର ଭଣ୍ଡାରିପୋଖରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୫ ତାରିଖ ସକାଳ ପ୍ରାୟ ସାଢ଼େ ୧୦ଟାରେ ମୋବାଇଲ ନମ୍ବର ୭୬୬୭୮୩୪୯୧୬/ ୭୬୬୭୮୩୪୯୧୭ରୁ ସୌଦାମିନୀଙ୍କ ପାଖକୁ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ସୌଦାମିନୀଙ୍କୁ କହିଥିଲେ, ମୋଦି ଟଙ୍କା ଦେବା ପାଇଁ କଲ୍ କରିଛୁ। ଆମକୁ ଏଟିଏମ୍ର ୧୬ ଅଙ୍କ ବିଶିଷ୍ଟ ନମ୍ବର ଦିଅ ଭେରିଫିକେସନ ଚାଲିଛି। ସୌଦାମିନୀ ଉକ୍ତ ନମ୍ବର ଦେବାରୁ ଦୁଇଦିନ ପରେ ତୁମ ଆକାଉଣ୍ଟକୁ ଟଙ୍କା ଆସିଯିବ ବୋଲି ସେ କହିଥିଲେ। ସୌଦାମିନୀ ୭ ତାରିଖ ପ୍ରାୟ ସାଢ଼େ ୧୨ଟାରେ ଏଟିଏମ୍ରେ ଚେକ୍ କରିବାରୁ ତାଙ୍କ ଆକାଉଣ୍ଟରେ ୧୦ ହଜାର ଟଙ୍କା ନ ଥିବା ଦେଖିଥିଲେ। ମିନିଷ୍ଟେଟମେଣ୍ଟ ବାହାର କରି ଦେଖିବାରୁ ୫ ତାରିଖରେ ପ୍ରଥମେ ୪୯୯୯, ୨ୟରେ ୪ ହଜାର, ୩ୟରେ ୫୦୦ ଟଙ୍କା ଓ ୪ର୍ଥ ପର୍ୟ୍ୟାୟରେ ୩୦୦ ଟଙ୍କା ତାଙ୍କ ଆକାଉଣ୍ଟରୁ ଉଠାଇ ନିଆଯାଇଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ସେ କଲ୍ ଆସିଥିବା ନମ୍ବରକୁ ଫୋନ କରିବାରୁ ତାହା ଲାଗି ନ ଥିଲା।