(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଫନିର ମୁକାବିଲା ଲାଗି ୧୧ଜଣ ଆଇପିଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ରିଲିଫ କାର୍ୟ୍ୟ ତଦାରଖ ଲାଗି ଦାୟିତ୍ୱ ଦିଆଯାଇଛି । ପୁରୀ ଜିଲ୍ଲାର ଦାୟିତ୍ୱ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦିଆଯାଇଥିବା ବେଳେ ପ୍ରାଣବିନ୍ଦୁ ଆଚାର୍ୟ୍ୟଙ୍କୁ ଜଗତସିଂହପୁରର ଦାୟିତ୍ୱ ଦିଆ ଯାଇଛି। ସେହିପରି ଅରୁଣ ବୋଥ୍ରାଙ୍କୁ କେନ୍ଦ୍ରାପଡ଼ା, ଏସ୍.କେ.ଉପାଧ୍ୟୟଙ୍କୁ ଯାଜପୁର ଓ ଘନଶ୍ୟାମ ଉପାଧ୍ୟାୟଙ୍କୁ ନୟାଗଡ଼ ଦାୟିତ୍ୱ ଦିଆଯାଇଛି ।
ଏହାପୂର୍ବରୁ ୧୨ ଜଣ ଆଇଏଏସ ଅଧିକାରୀଙ୍କୁ ବାତ୍ୟା ପ୍ରଭାବିତ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ପୁରୀ- ସୁରେଶ ଚନ୍ଦ୍ର ମହାପାତ୍ର, ଜଗତସିଂହପୁର- ଶାଶ୍ୱତ ମିଶ୍ର, କେନ୍ଦ୍ରାପଡା- ହେମନ୍ତ କୁମାର ପାଢୀ, ଭଦ୍ରକ – ସୁଦର୍ଶନ ପାଲ ଠାକୁର, କଟକ- ସଂଜୀବ ଚୋପ୍ରା ଏବଂ ସଂଗ୍ରାମଜିତ ନାୟକ, ଖୋର୍ଧା – କ୍ରିଷନ କୁମାର, ଯାଜପୁର- ଅନୀଲ କୁମାର ସାମଲ, ବାଲେଶ୍ୱର- ମହମ୍ମଦ ଅବଦଲ ଅଖତର ଏବଂ ପ୍ରେମ ଚନ୍ଦ୍ର ଚୌଧୂରୀ । ଭୁବନେଶ୍ୱର ଏସଆରସି ଅଫିସରେ ଅତିରିକ୍ତ ଅଫିସରରେ ଭାବେ ଦାୟିତ୍ୱ ତୁଲାଇବେ ମୋନିସା ବାନାର୍ଜୀ ।