ପ୍ରଧାନମନ୍ତ୍ରୀଙ୍କ ଫନି ସମୀକ୍ଷା ବୈଠକ

(ଭୁବନେଶ୍ୱର /ରିପୋର୍ଟସଟୁଡେ): ଓଡିଶା ଆଡକୁ ମାଡି ଆସୁଛି ସାମୂଦ୍ରିକ ଝଡ ଫନି । ଏହା ବେଳକୁ ବେଳ ତାଣ୍ଡବ ରୂପ ଧାରଣ କରୁଛି । ବାତ୍ୟା ପ୍ରଭାବରେ ବିପର୍ୟ୍ୟୟର ଆଶଙ୍କା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚପଦାଧିକାରୀଙ୍କ ସହ ବାତ୍ୟା ସମୀକ୍ଷା କରୁଛନ୍ତି । ଏହି ବୈଠକରେ କ୍ୟାବିନେଟ ସଚିବ, ମୁଖ୍ୟ ସଚିବ ଏବଂ ଉପ ମୁଖ୍ୟ ସଚିବ ଉପସ୍ଥିତ ଅଛନ୍ତି ।

ଫନିର ମୁକାବିଲା କରିବା ପାଇଁ କେନ୍ଦ୍ରୀୟ ସ୍ତରରୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ବାତ୍ୟା ପ୍ରଭାବିତ ରାଜ୍ୟ ଗୁଡିକୁ ତୁରନ୍ତ ଯଥା ସମ୍ଭବ ସାହାଯ୍ୟ ଯୋଗେଇ ଦେବାକୁ ସେ ଆଲୋଚନା କରୁଛନ୍ତି । ଏହା ସହିତ ପ୍ରଭାବିତ ରାଜ୍ୟଗୁଡିକୁ ରିଲିଫ୍ ଓ ଉଦ୍ଧାର କାର୍ୟ୍ୟରେ ସହାୟତା କରିବା ପାଇଁ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି ।