(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ପୋଖରୀରେ ଗାଧୋଉଥିବାବେଳେ ୨ ଭଉଣୀ ପୋଖରୀରେ ବୁଡି ଯାଇଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ତୁଳସୀପୁର ଗ୍ରାମର ସୁରେଶ ପାହାନଙ୍କର ବଡ ଝିଅ ଖୁସି ପାହାନ ଓ ମଝିଆ ଝିଅ ପୂଜା ପାହାନ ନିଜ ଘର ତୁଳସୀପୁରସ୍ଥିତ ତୋଟା ସାହିରୁ ଲକ୍ଷ୍ମୀନାରାୟଣ ପୋଖରୀକୁ ସବୁଦିନ ପରି ଆଜି ଗାଧୋଇବା ପାଇଁ ଯାଇଥିଲେ ଜ୍ଝତେବେ ପୋଖରୀରେ ଗାଧୋଉଥିବାବେଳେ ଅସତର୍କ ହୋଇ ଗୋଡ ଖସିଯିବା ପରେ ଗଭୀର ପାଣିରେ ବୁଡି ଯାଇଥିଲେ । ଉକ୍ତ ୨ ଭଉଣୀଙ୍କର ମା ଓ ଗ୍ରାମର କିଛି ଲୋକ ବିଭିନ୍ନ ସ୍ଥାନ ଖୋଜାଖୋଜି ପରେ ପୋଖରୀରେ ୨ ଭଉଣୀଙ୍କର ମୃତଦେହକୁ ଠାବ କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ଛତ୍ରପୁର ଏସଡିପିଓ ଗୌତମ କିସାନ ହାସପାତାଲ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।