(ସରୋଜ ରାଉତ)ରିପୋର୍ଟସଟୁଡେ: ପେଟ୍ରୋଲ ପମ୍ପରେ ନିଆଁ ଲାଗିବା ଘଟଣାକୁ ଇତି ମଧ୍ୟରେ ଦୁଇଦିନ ବିତିଗଲାଣି । ଏଥିରେ ଆହତ ଓ ମୃତ ହୋଇଥିବା ସମସ୍ତ ପରିବାରଙ୍କୁ ଚିହ୍ନଟ ହୋଇଥିବାବେଳେ ଏବେ ସେହି ପେଟ୍ରୋଲ ପମ୍ପରୁ ମିଳୁଛି ମଣିଷର ଅଙ୍ଗପ୍ରତ୍ୟଙ୍ଗ । ନିଖୋଜ ଜଣକୁ ଖୋଜିବା ପାଇଁ ପୋଲିସ ସେଠାରେ ପହଞ୍ଚିଛି । ଡିଏନ ଟେଷ୍ଟ ପାଇଁ ମାଂସ ଖଣ୍ଡ ସଂଗ୍ରହ କରିଛି । ସେଥି ସହ କାଳେ କେହି ମାଟି ତଳେ ପୋତି ହୋଇଯାଇଥିବେ ସେ ନେଇ ଆଜି ପୋଲିସ ଓ ସାଇଣ୍ଟିଫିକ ଟିମ ପେଟ୍ରୋଲ ପମ୍ପରେ ପହଞ୍ଚି ଜେସିବି ସାହାଯ୍ୟରେ ଖୋଳାଖୋଳି କରୁଛି ।