ଭୁବନେଶ୍ୱର: କରୋନା ସହ ଲଢେଇରେ ହାରିଗଲେ ପୂର୍ବତନ ପୁଲିସ ଡିଜିପି ଜନ ନାୟକ । କରୋନା ଆକ୍ରାନ୍ତ ହେବା ପରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତକାଲି ରାତିରେ ତାଙ୍କ ନିଧନ ହୋଇଥିବା ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ୧୯୬୫ ବ୍ୟାଚର ଏହି ଆଇପିଏସ ଅଧିକାରୀଙ୍କ ମୃତ୍ୟୁକୁ ନେଇ ପୁଲିସ ଡିଜି ଅଭୟ ଟ୍ୱିଟ କରିଛନ୍ତି ।
୧୯୬୫ ବ୍ୟାଚର ଏହି ପୁଲିସ ଅଫିସରଙ୍କ ଜନ୍ମ ଫୁଲବାଣୀ ଜିଲ୍ଲାର ଏକ ଅନ୍ୟୁନତ ଗ୍ରାମରେ ହୋଇଥିଲା । ଅଭୟ ଟ୍ୱିଟରେ ନାୟକଙ୍କ ନିଧନକୁ ନେଇ ଉଲ୍ଲେଖ କରିଛନ୍ତି, ଫୁଲବାଣୀ ଜିଲ୍ଲାର ଏକ ଅନୁନ୍ନତ ଅଞ୍ଚଳରୁ ପୁଲିସ ଡିଜି ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟୀ । ସେ ଜଣେ ଭଦ୍ର, କର୍ତ୍ତବ୍ୟପରାୟ ଅଫିସର ଥିଲେ । ଏହି ଆଇପିଏସ ଅଫିସରଙ୍କ ଅବର୍ତ୍ତମାନରେ ଡିଜି ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳିଜ୍ଞାପନ କରିଛନ୍ତି ।