( ଶେଖ୍ ଅରଶଦ୍ ଉଲ୍ ହକ୍ ) ଖୋର୍ଦ୍ଧା : କେନ୍ଦ୍ରାଂଚଳ ଡ଼ି.ଆଇ.ଜି ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଥିବା ଦୁର୍ଦ୍ଦାନ୍ତ ଅପରାଧିମାନଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଗତକାଲି ମଧ୍ୟ ରାତ୍ରୀରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଧିନସ୍ଥ ଉଗ୍ରତାରା ମନ୍ଦିର ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଦୁର୍ଦ୍ଦାନ୍ତ ଅପରାଧି ଜାମସେଦ ସାହା ଉପସ୍ଥିତ ଥିବା ଖବର ବିଶେଷ ସୂତ୍ରରୁ ମିଳିଥିଲା । ଏହା ପରେ ନିରାକାରପୁର ଥାନା ଅଧିକାରୀ ଇନେସ୍ପେକ୍ଟର ଭବାନୀ ଶଙ୍କର ଖୁଂଟିଆ ତାଙ୍କର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ପୂର୍ବରୁ ବିିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜାମସେଦ ସାହାଙ୍କ ନାମରେ ନିରାକାରପୁର ଥାନା କେଶ ନମ୍ବର ୨୧/୧୧.୦୩.୧୯ ଦଫା ୩୯୪ରେ ପୁଲିସ ତାକୁ ଖୋଜୁଥିଲା । ଫଳରେ ବାଲୁଗାଁ ଏସ.ଡ଼ି.ପି.ଓ ସୁନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଟାଙ୍ଗୀ ଥାନା ଇନେସ୍ପେକ୍ଟର ସରୋଜ କୁମାର ଉପାଧ୍ୟେୟ , ନିରାକାରପୁର ଥାନା ଇନେସ୍ପେକ୍ଟର ଭବାନୀ ଶଙ୍କର ଖୁଂଟିଆ, ଏ.ଏସ.ଆଇ ଏସ.କେ ପାଇକରାୟ, କାହ୍ନୁଚରଣ ମଲ୍ଲିକ, ଏସ୍ ସୁନ୍ଦରରାୟ, ଅଶୋକ କହଁର ତା.୦୪.୦୯.୨୦୧୯ ରାତ୍ର ୧.୩୦ମିନିଟ୍ ସମୟରେ ଉଗ୍ରତାରା ମନ୍ଦିର ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଅତକିତ ଭାବରେ ଚଢାଉ କରିବା ସମୟରେ ଜାବସେଦ ପୁଲିସ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ପକ୍ଷରୁ ଜୀବନ ରକ୍ଷା କରିବା ପାଇଁ ଅପରାଧି ଜାମସେଦ ଉପରକୁ ଫାୟରିଂ କରାଯାଇଥିଲା । ଫଳରେ ତାର ବାମ ପଟ ଗୋଡ଼ରେ ଗୁଳି ବାଜିବାରୁ ସେ ପୁଲିସ ଉପରକୁ ପାଲଟା ଗୁଳି ଚଳାଇଥିଲା । ଏଥିରେ ଟାଙ୍ଗୀ ଥାନା ଅଧିକାରୀ ସମେତ ଅନ୍ୟ ପୁଲିସ କର୍ମ•ରୀମାନେ ଆହତ ହୋଇଥିଲେ । ଘଟଣାସ୍ଥଳେ ପୁଲିସ ଅଧିକାରୀମାନେ ଅପରାଧି ଜାମସେଦକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ତା ନିକଟରୁ ଏକ ଦେଶୀ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି ଏବଂ ଗୋଟିଏ ହାତ ବୋମା ଜବତ କରାଯାଇଥିଲା । ଅଭିଯୁକ୍ତ ଜାମସେଦ ଗୁରୁତର ଭାବେ ଆହାତ ହୋଇଥିବାରୁ ତାକୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥିତ ଏମ୍ସ ହସପିଟାଲରେ ଭର୍ତି କରାଯାଇଥିବା ଜଣାପଡ଼ିଛି । ନିରାକାରପୁର ଥାନା ଅଧିକାରୀଙ୍କ ଅଭିଯୋଗ କ୍ରମେ ଟାଙ୍ଗୀ ଥାନାରେ କେଶ ନମ୍ବର ୨୪୯ ତା.୦୫.୦୯.୨୦୧୯ରେ ଦଫା ୧୮୬, ୩୫୩, ୩୦୭, ୨୯୪, ୫୦୬ ଆଇ.ପ.ିସି ଆର ଡ଼ବ୍ଲୁ ଦଫା ୨୫ (୧ବି) (ଏ)୨୭ ଆରର୍ମ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜାମସେଦ ନାଁରେ ବିଭିନ୍ନ ଥାନାରେ ୧୧ଟି ମାମଲା ଥିବା ଏବଂ ସମସ୍ତ ମାମଲା ଆର୍ମସ୍ ଆର୍କ୍ଟରେ ରୁଜୁ ହୋଇଥିବା ଏବଂ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ପଚରା ଉଚରା କରିବା ସହିତ ଖୋର୍ଦ୍ଧା ଜିଲ୍ଲାକୁ ଏକ ଅପରାଧିକ ଜିଲ୍ଲା ଭାବରେ ପରିଗଣିତ କରିବା ନେଇ ଖୋର୍ଦ୍ଧା ଆଦର୍ଶ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋରଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖୋରଧା ଏସ.ଡ଼ି.ପି.ଓ ସୁଶିଲ କୁମାର ମିଶ୍ର, ଖୋରଧା ଆଦର୍ଶ ଥାନା ଅଧିକାରୀ ଉମାଶଙ୍କର ସିଂ, ନିରାକାରପୁର ଥାନାଅଧିକାରୀ, ଭବାନୀ ଶଙ୍କର ଖୁଂଟିଆ, ଟାଙ୍ଗୀ ଥାନା ଅଧିକାରୀ ସରୋଜ କୁମାର ଉପାଧ୍ୟେୟ ପ୍ରମୁଖ ଉପସ୍ଥିତ ଥିଲେ ।