ପୁଣି ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

(ଦେବଗଡ) ; ଦେବଗଡ ତିଲେଇବଣୀ ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିକାଶ କୁମାର ବେହେରା ଭିଜିଲାନ୍ସ ଜାଲରେ । ୩ ଟି ଜାଗାରେ ଚଢାଉ କରିଛି ଭିଜିଲାନ୍ସ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକା ସାଙ୍ଗରେ ୩ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ବଳମ ଗାଁ ପୈତୃକ ବାସଭବନ, କଣ୍ଢଳ ଗାଁ ସ୍ଥିତ ଶ୍ବଶୁର ଘର, ତିଲେଇବଣୀ ବ୍ଲକ କାର୍ୟ୍ୟାଳୟରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଏଯାବତ କେତେ ପରିମାଣର ସମ୍ପତି ଜବତ ହୋଇଛି ସେନେଇ କିଛି ସୂଚନା ମିଳିନାହିଁ ।