(ଟୁକୁନା ଖରା)ନବରଙ୍ଗପୁର: ନବରଙ୍ଗପୁର ରେ ପୁଣି ଲଜ୍ଜ୍ୟା । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଜଣେ ୧୨ ବର୍ଷ ର ନାବାଳିକା ଝିଅ କୁ ଦୁଷ୍କର୍ମ ସହ ୭ମାସର ଗର୍ଭବତୀ ହୋଇଥିବା ନେଇ ଥାନାରେ ଏତଲା ଦେଲେ ନିଜ ମାଁ । ଉକ୍ତ ନାବାଳିକା ସପ୍ତମ ଶ୍ରେଣୀରେ ପାଠ ପଢିବା ପାଇଁ ଟିକରାପାଲା ବିଦ୍ୟାଳୟ କୁ ନୀତି ଯାଉଥିବା ସମୟରେ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଘୁଷୁରାବେଢା ଗ୍ରାମର ରାଜୀବ ମାଝୀ ସମ୍ପୃକ୍ତ ଝିଅ ସହ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲା । ଗତ ୧୫ ଦିନ ତଳେ ଝିଅ ଗର୍ଭବତୀ ଥିବା ଜାଣିବା ପରେ ପରିବାର ଲୋକେ ସ୍କୁଲକୁ ପଠାଇବା ବନ୍ଦ କରିଦେଇଥିଲେ । ଝିଅକୁ ନ୍ୟାୟ ପ୍ରଦାନ ଲାଗି ପାପଡାହାଣ୍ଡି ଥାନାରେ ଏତଲା ଦେଇଥିଲେ ନାବଳିକଙ୍କ ମା। ଉକ୍ତ ଏତଲା କୁ ଭିତି କରି ପାପଡାହାଣ୍ଡି ପୋଲିସ ରାଜୀବଙ୍କୁ ନ ୩୭୬(୨)ଏନ, ୬-ପୋସ୍କୋ , ୫୦୬ ଦଫା ଲଗାଇ କେଶ ନମ୍ବର ୧୧୪/୧୯ ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରିବା ସହ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛି ପାପଡାହାଣ୍ଡି ପୋଲିସ ।