ପୁଣି ତପ୍ତପାଣି ଘାଟିରୁ ଖସିଲା ଟ୍ରକ: ହେଲପର ମୃତ, ଡ୍ରାଇଭର ଗୁରୁତର

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ପୁଣି ତପ୍ତପାଣି ଘାଟିରୁ ଖସିଲା ଟ୍ରକ। ଏହି ଦୁର୍ଘଟଣାରେ ହେଲପର ମୃତ ଏବଂ ଡ୍ରାଇଭର ଗୁରୁତର। କାଳିବୋରେଇ ନିକଟରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଗଜପତିରୁ ଗଞ୍ଜାମ ଆସୁଥିବା ମକା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିଲା।ସ୍ଥାନୀୟ ଲୋକଙ୍କ ଦ୍ବାରା ଡ୍ରାଇଭର ଏବଂ ହେଲପର ଉଦ୍ଧାର ହୋଇଥିଲେ। ଉଦ୍ଧାର ପରେ ଟ୍ରକ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।