(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ବହୁ ଚର୍ଚ୍ଚିତ ପାଟଣା ଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲର ଜାମିନ ଆବେଦନ ଶୁଣାଣି ଶେଷ ହୋଇଛି । ମାନ୍ୟବର ହାଇକୋର୍ଟ ଏହି ସଂକ୍ରାନ୍ତରେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି । ଅଧ୍ୟାପକରୁ ଅପରାଧୀ ପାଲଟିଥିବା ପୁଞ୍ଜିଲାଲ ମେହେର ଏବେ ବଲାଙ୍ଗିର ଜେଲରେ ଅଛି । ୨୦୧୮ ଫେବ୍ରୁଆରୀ ୨୩ରେ ଉପହାର ପାର୍ସଲ ଖୋଲିବା ବେଳେ ବିସ୍ଫୋରଣରେ ନବବିବାହତି ସୌମ୍ୟଶେଖର ଓ ତାଙ୍କ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ନବବଧୂ ରୀମା ଗୁରୁତର ଆହତ ହୋଇଥିଲେ ।
ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ମାମଲାର ତଦନ୍ତ କରିଥିଲା। ମାମଲାର ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା ପୋଲିସ । କିଛି ଦିନ ତଳେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ୩୦୦ଶହ ପୃଷ୍ଠାର ଫାଇନାଲ ଚାର୍ଜସିଟ କୋର୍ଟରେ ଦାଖଲ କରିଛି। ପର୍ୟ୍ୟାଞପ୍ତ ପ୍ରମାଣ ଓ ୭୬ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଚାର୍ଜସିଟ ଦାଖଲ ହୋଇଛି।