ପିତଳ ଗ୍ରାମର ବିଲରେ ବର୍ଷାପାଣି ନିଷ୍କାସନ ପାଇଁ ଚିନ୍ତାରେ ଚାଷୀ

(ରଜନୀକାନ୍ତ ପାତ୍ର) ହିଂଜିଳି କାଟୁ: ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଏଥିରୁ ସେରଗଡ଼ ବ୍ଲକର ପିତଳ ଗ୍ରାମ ବି ବାଦ ପଡିନି । ଏହି ବର୍ଷା ଟିକିଏ ଥମି ଯାଇଛି ସତ କିନ୍ତୁ ଚାଷୀ ମାନଙ୍କ ମେରୁଦଣ୍ଡ ଭାଗୀ ଦେଇଛି । ହିଂଜିଳି ବ୍ଲକର ଚାଷ ଜମିର ମଧ୍ୟ ସେଇ ଅବସ୍ଥା । କିନ୍ତୁ କାଲି ହିଂଜିଳିବ୍ଲକକୁ ଗଞ୍ଜାମ ର ଜିଲ୍ଲାପାଳ ଗ୍ରସ୍ତ କରି ଚାଷିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବା ପାଇଁ ସାନ୍ତ୍ୱନା ଦେଇ ଫେରିଛନ୍ତି । କିନ୍ତୁ ହିଂଜିଳି ବ୍ଲକ ନିକଟରେ ଥିବା ସେରଗଡ଼ ବ୍ଲକ ପିତଳ ଗ୍ରାମକୁ ଆସି ନାହାନ୍ତି ବୋଲି ଚାଷୀମାନେ ଦୁଃଖ ପ୍ରକାଶ କରିଛନ୍ତି କାହିଁକି ନା ୬୦୦୦ହଜାର ଭଅଣ ଵିଲ ପାଣି ରେ ରହିଛି ।ଚାଷୀ ମନରେ ଅନେକ ପ୍ରଶ୍ନ ଉକି ମାରୁଛି ଆମ ମାନକୁଁ କିଛି ସାହାଯ୍ୟ ଯୋଗାଇ ଦିଆଯିବ ତ ? ଏହି କଥା ମନରେ ରଖି ଚାଷୀମାନେ ମେଳି ବାନ୍ଧି ନିଜର ବିଲକୁ ଅନେଇ ବସିଛନ୍ତି । କେଉଁ ଦିନ ପାଣି ଜମି ରୁ କମିବ ଯାହା ଥିବ ତାକୁ ନେଇ ଏହି ବର୍ଷ ଆମେ ଦିନ କଟିବୁ ବୋଲି କହିଛନ୍ତି ।