(ଗୋପ/ ଜୟନ୍ତ ସେଠି): ବିଶ୍ବ ମହାମାରୀ କରୋନା ସମୟରେ ପିଡିଏସ କିରୋସିନି ଖାଇଗଲେ ପଞ୍ଚାୟତ ଅଧିକାରୀ । ଏ ଭଳି ଏକ ଅମାନବୀୟ ଘଟଣା ଘଟିଛି ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ତାଳଦା ପଞ୍ଚାୟତରେ । କାହାର ପୁସ ମାସ ତ କାହାର ସର୍ବନାଶ, କରୋନା ମହା ବିପତ୍ତି ସମୟରେ ନିରୀହ ଗରିବଙ୍କୁ ଛାଟ, ହିତାଧିକାରୀଙ୍କ ତଣ୍ଟି ଚିପି ହଡପ ହେଉଛି ଲକ୍ଷ ଲକ୍ଷ ଟଙ୍କା, ଏପଟେ ସରକାର କହୁଛନ୍ତି ଯିଏ ଖାଉଟି ସାମଗ୍ରୀକୁ ଚଢ଼ା ଦରରେ ଯିଏ ବିକିବ ତା ବିରୁଦ୍ଧରେ ନିଆଯିବ ଦୃଢ କାଯ୍ୟନୁଷ୍ଠାନ କିନ୍ତୁ ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକର ତାଳଦା ପଞ୍ଚାୟତରେ ଏହା ସମ୍ପୂର୍ଣ୍ଣ ଓଲଟା ଖୋଦ ପଞ୍ଚାୟତ କାଯ୍ୟ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ସ୍ୱାଇଁ ଚଢ଼ା ଦରରେ ବିକୁଛନ୍ତି ଖାଉଟିଙ୍କ ପିଡିଏସ କିରୋସିନି । ଏହା ପାଇଁ କିଏ ଦାୟୀ?ଗରିବ ହିତାଧିକାରୀ ଙ୍କ ଠାରୁ ଲୁଟିବା ପାଇଁ ଦେବେନ୍ଦ୍ର ସ୍ୱାଇଁଙ୍କୁ କିଏ ଦେଲା ସାହସ? ରିସିଭି ସ୍ଲିପ ରେ କାହିଁକି ଦର୍ଶୀ ଆ ଯାଇନି ମୂଲ୍ୟ ? କିଏ ଦେଲା ନିର୍ଦେଶ ଚଢ଼ା ଦରରେ ବିକିବାକୁ ? ଖାଲି ତାଳଦା ନୁହେଁ ବରଂ ଏକାଧିକ ପଞ୍ଚାୟତ ରେ ହେଉଛି ପିଡିଏସ କିରୋସିନି ଘୋଟାଲା । ତାଳଦା ନିର୍ବାହୀ ଅଧିକାରୀଙ୍କୁ ଘେରିଲେ,୯ଟି ୱାର୍ଡର ଖାଉଟି କାର୍ଡଧାରୀ । କିରୋସିନ୍ ଲିଟରକୁ ୪୦ ଟଙ୍କାରେ ବିକ୍ରି କରିବା ଦେଖି ସାଧାରଣ ଖାଉଟି ତାତି ଯାଇ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ସ୍ୱାଇଁଙ୍କୁ ଘେରିଯାଇଥିଲେ । ପ୍ରକୃତ ମୂଲ୍ୟ କେତେ ଓ ଖରିଦ୍ କରିଥିବା ମୂଲ୍ୟ ଚାର୍ଟ ଦେଖାଇବାକୁ ଦାବିକରିଥିଲେ । କିନ୍ତୁ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ସ୍ୱାଇଁ ସେଠାରୁ କୌଶଳକ୍ରମେ ଖସିଯିବାରୁ ଆହୁରି ଉତ୍ତେଜନା ଘଟି ଘଟଣା ସନ୍ଦେହ ଘେରକୁ ଆସିଥିଲା। ତାଳଦା ପଞ୍ଚାୟତରେ ୧୫ଟି ୱାର୍ଡ ନିମନ୍ତେ ହିତାଧିକାରୀଙ୍କୁ ଅପ୍ରେଲ୍,ମେ ଓ ଜୁନ୍ ମାସ ବାବଦରେ ପିଡିଏସ୍ କିରୋସିନ୍ ଦେବା ଆରମ୍ଭ ହୋଇଥିଲା । ତେବେ ହିତାଧିକାରୀଙ୍କୁ ୨ ଲିଟର ହିସାବରେ ୬ ଲିଟର ଦେବା କଥା,କିନ୍ତୁ ୫ ଲିଟର ଦେଇ ଓ ଲିଟର ପିଛା ୪୦ ଟଙ୍କା ନେବାରୁ ଗରିବ ଲୋକମାନେ ଅଶାନ୍ତି ବ୍ୟକ୍ତ ପ୍ରକାଶ କରିଛନ୍ତି । କାରଣ କରୋନା ସମୟରେ ଲିଟର ପିଛା ସରକାରୀ ମୂଲ୍ୟ କମ୍ ରହିବା ଲୋକେ ସୂଚନା ପାଇଥିଲେ । କୌଣସିମତେ ୬ ଟି ୱାର୍ଡର ହିତାଧିକାରୀଙ୍କୁ ଦେବା ପରେ ଅପରାହ୍ନରେ ୯ଟି ୱାର୍ଡ ପାଇଁ ଦେବାକୁ ଆରମ୍ଭ କରୁଥିବା ସମୟରେ ଆରମ୍ଭ ହୋଇଯାଇଥିଲା ଉତ୍ତେଜନା । ନିର୍ବାହୀ ଅଧିକାରୀଙ୍କୁ ଘେରିଯାଇଥିଲେ ସାଧାରଣ ଲୋକେ । ପ୍ରଥମେ ସରକାରୀ ଚାର୍ଟ ଦେଖାଅ ପରେ ତେଲ ଦେବ ବୋଲି କେତେକ ଯୁବକ ନିଜ ଜିଦ୍ ରେ ଅଟ୍ଟଳ ରହିଥିଲେ । ଉତ୍ତେଜିତ ମାନେ ନିର୍ବାହୀ ଅଧିକାରୀଙ୍କୁ ତାଲା ମାରିଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ଲୋକ ରୁଣ୍ଡ ହେବାରୁ ଖସିଯାଇଥିଲେ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ସ୍ବାଇଁ । କିନ୍ତୁ ଉତ୍ତେଜିତ ଲୋକେ ଉତ୍ତେଜିତ ହୋଇ ଚାଲିଥିଲେ । ସଙ୍ଗେସଙ୍ଗେ ଯୋଗାଣ ବିଭାଗ ଅଧିକାରୀଙ୍କୁ ଜଣାଇବାରୁ ବୁଝୁଛି କହିବି କହି ବାସ୍ ମୋବାଇଲ୍ ବନ୍ଦକରି ରଖିଦେଇଥିଲେ । ସେହିପରି ବିଡିଓ ବେବୀତାମଞ୍ଜରୀ ନାୟକଙ୍କୁ ଯୋଗଯୋଗ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାଙ୍କର ଫୋନ୍ ବନ୍ଦ ରହିଥିଲା। ଏହା ପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ ସମ୍ଭବ ନହେବାରୁ ଉପସ୍ଥିତ ଲୋକ ଆହୁରି ଆଶ୍ଚର୍ୟ୍ୟ ହୋଇ ଘରକୁ ଫେରିଥିଲେ । ସ୍ଥାନୀୟ ଲୋକଙ୍କର ଏବେ ଗୋଟିଏ ଦାବି ମୂଲ୍ୟ ଚାର୍ଟ ଦେଖାଇବା ସମେତ ବ୍ଲକ୍ ଯୋଗାଣ ବିଭାଗ ଅଧିକାରୀ ଆସି ତେଲ ବାଣ୍ଟିବାକୁ ଦାବି ରହିଛି । ଅନ୍ୟପକ୍ଷରେ ସକାଳ ବେଳା ଯେଉଁ ତେଲ ବଣ୍ଟା ଯାଇଥିଲା ସେ ବାବଦରେ ଲୋକଙ୍କୁ ମିଳଥିବା ସ୍ଲିପ୍ ଦେଖି ବଡ ଆଶ୍ଚର୍ୟ୍ୟ ଲାଗୁଛି । ମିଳିଥିବା ତେଲର ପରିମାଣ ୬ ଲିଟର ରହିଥିବା ବେଳେ ମୂଲ୍ୟର ସୂଚନା ନାହିଁ ।ଅନ୍ୟପଟରେ ଯୋଗାଣ ବିଭାଗ କହିବା ମୁତାବକ ସରକାରୀ ମୂଲ୍ୟ ଅନୁଯାଇ ଅପ୍ରେଲ୍ ମାସ ତେଲ ମୂଲ୍ୟ ୨୫ ଟଙ୍କା ୪୭ ପଇସା ଓ ମେ ମାସର ଠାରୁ ଜୁନ୍ ପର୍ୟ୍ୟନ୍ତ ୧୩ ଟଙ୍କା ୬୦ ପଇସା କିଣାବିକା କରିବାକୁ ଧାର୍ୟ୍ୟ ରହିବା ଚିଠା ହସ୍ତଗତ ହୋଇଛି। ପଞ୍ଚାୟତ ଦାୟିତ୍ୱରେ ଥିବା କାଯ୍ୟ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ସ୍ୱାଇଁ କାହା ଇଙ୍ଗିତରେ ତେଲ ଲିଟର ପିଛା ୪୦ ଟଙ୍କାରେ ବିକ୍ରି କରୁଥିଲେ ଜ୍ଝ କରୋନାର ମହା ବିପତ୍ତି ସମୟରେ ଗରିବ ହିତାଧିକାରୀଙ୍କ ତଣ୍ଟି ଚିପି ଶୋଷଣ କରାଯାଉଛି ନେଇ ଅଭିଯୋଗ ଆଣିଛନ୍ତି ପିଡିଏସ ହୀତାଧୀକାରୀ।
ପରିସେଶର କୁହାଯିବ ଘଟଣା ଘଟିବା ପରେ ପ୍ରଶାସନ ଜାଣିବା ପରେ କି ପଦକ୍ଷେପ ଗ୍ରହଣ କରୁଛି ତା ଉପରେ ସମସ୍ତଙ୍କ ନଜର । ଘଟଣାକୁ ତୁରନ୍ତ ତଦନ୍ତକରି କାଯ୍ୟ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ସ୍ୱାଇଁଙ୍କୁ ନିଲମ୍ବିତ କରିବାକୁ ସ୍ଥାନୀୟ ଶତାଧିକ ଗ୍ରାମବାସୀ ଦାବିକରିଛନ୍ତି ।