(ପାଟଣା/ ବିଜୟ କାରୁଆ): ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଅନୁଷ୍ଠାନ ପିକକ୍ ତରଫରୁ ଏଇଆଏନ ସହାୟତା ରେ କେନ୍ଦୁଝର ଜିଲ୍ଲା ପାଟଣାବ୍ଲକର ୨୫ଗୋଟି ଗ୍ରାମରେ କର୍ମ ସସ୍ଥାନ ଜୀବନ,ଜୀବିକା ପାଇଁ ନିଜ ଗ୍ରାମରେ ଛାଡି ଅନ୍ୟତ୍ର ପାଇ କାମ କରୁଥିବା ଶ୍ରମିକ,ଦିବ୍ୟାଙ୍ଗ,ନିଃସହାୟ ଏବଂ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ଗରିବ ଶ୍ରେଣୀ ର ପରିବାର ଭଳି ଵର୍ଗ ର ୩୬୫ପରିବାର କୁ ଚାଉଳ, ଡାଲି, ତେଲ, ଲୁଣ, ଚୀନ ଓ ସାବୁନ, ହଳଦୀ, ପ୍ରଦାନ କରାଯାଇଛି । ଆଜି ପ୍ରଥମ ଦିନରେ ମଲିପସି ଠାରେ ୫୦ଙ୍କୁ ଏହି ସାମଗ୍ରୀ ପ୍ରଦାନ କରଯାଇ ଛି। ଏହାକୁ ପାଟଣା ଜୋନ ର ଜିଲ୍ଲାପରିଷଦ ସଭ୍ୟ ସୁରେଶ କୁମାର ନାଏକ,ମୂଷାପୋଖରୀ ପଞ୍ଚାୟତା ସରପଞ୍ଚ ଭମାମଣି ଦାସ,ୱାଡ଼ ମେମ୍ବର ଆରତ ପ୍ରାଣ ବେଜ ଙ୍କ ଉପସ୍ଥିତ ରେ ବଣ୍ଟନ କରାଯାଇ ଥିଲା। ଏହି କାର୍ୟ୍ୟକ୍ରମ କୁ ଦ୍ରପଦୀ ବେଜ,ରୀନା ଦାସ,ଗୋବିନ୍ଦ ଚନ୍ଦ୍ର ମୁଣ୍ଡା, ବେଳସେନ ନାଏକ, ଅନୁପ କୁମାର ବେଜ,ସହାୟତା କରି ଥିବା ବେଳେ ପ୍ରକଳ୍ପ ସଂଯୋଜକ ସତ୍ୟନାରାୟଣ ମହାନ୍ତ ପ୍ରତ୍ୟେକ୍ଷ ତତ୍ତ୍ଵାବୋଧାନ ରେ ପରିଚାଳନା କରିଥିଲେ।