(ଉଦଳା/ ଦୀପକ ମିଶ୍ର): ଜୀବନ ଯୁଦ୍ଧରେ ହାରିଗଲେ ମାଫୁଜ କ୍ଷ ଭବିଷ୍ୟତକୁ ନେଇ କେତେ ସପ୍ନ ଦେଖିଥିଲେ ହେଲେ ଅଳ୍ପ ବୟସରେ ଚାଲିଗଲେ ମାଫୁଜ । ମୟୁରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନ ମଣ୍ଡଳୀର ଯୁବ ଛାତ୍ର ନେତା ଭାବେ ବେଶ ପରିଚିତ ଥିଲେ । କଲେଜ କ୍ୟାରିଅରରୁ ବିଭିନ୍ନ ସଂଘଠନ ସହ ଜଡିତ ଥାଇ ବେଶ ପରିଚିତ ହୋଇଥିଲେ।ତେବେ ସେ ଜଣେ ନିସ୍ଵାର୍ଥପର, ନିଷ୍କପଟ ଏବଂ ସମସ୍ତଙ୍କୁ ଭଲପାଉଥିବା ଯୁବକ ଏବେ ଅକାଳ ବିୟୋଗରେ ସମସ୍ତେ ହୋଇଛନ୍ତି ମର୍ମାହତ । ମାତ୍ର ୨୭ ବୟସରେ ଜଣ୍ଡିସରେ ଆକ୍ରାନ୍ତ ହୋଇ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବାର ଜଣାପଡିଛି ସେ ମୟୁରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନ ମଣ୍ଡଳୀର ବିଜୁ ଛାତ୍ର ଜନତା ଦଳର ଉତ୍ତର ଓଡିଶା ଜୋନର ଜୋନାଲ ସମ୍ପାଦକ ଦାଇତ୍ୱ ନେଇଥିଲେ । ତେବେ ତାଙ୍କର ଏହି ଅକାଳ ବିୟୋଗକୁ ନେଇ ପୂର୍ବତ୍ତନ ମନ୍ତ୍ରୀ ଗୋଲକ ନାୟକ, ଏସଡି ଚ୍ୟ।।ୟାରମ୍ୟାନ ଦେବାଶିଷ ମାରାଣ୍ଡି, ବିଜେଡି ପୂର୍ବତ୍ତନ ବିଧାୟକ ଶ୍ରୀନାଥ ସୋରେନ, ଉଦଳା ନଗର ବିଜେଡି ସଭାପତି ବନମାଳୀ ବେହେରା,ଉଦଳା ଯୁବ ନେତା ମିକି ମହାନ୍ତି, ବିଜେଡି ନେତା ଅମୀୟ ବଳ, ମୟୁରଭଞ୍ଜ ଜିଲ୍ଲା ବିଜେଡି କର୍ମୀ ତଥା ଉଦଳା ଜନସାଧାରଣ ଗଭୀର ମର୍ମାହତ ହୋଇଥିବା ବେଳେ ପରିବାରକୁ ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରିଛନ୍ତି ।