ପତାକା ଅବତରଣ ଉତ୍ସବ ୨୦୨୦

(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ଭୁବନେଶ୍ବର ସେଭେନ୍ଥ ବାଟାଲିଅନ ପଡିଆରେ ଆୟୋଜିତ ହୋଇଛି ପତକା ଅବତରଣ ଉତ୍ସବ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଯୋଗ ଦେଇ ଧ୍ବଜା ଅବତରଣ କରିଛନ୍ତି । ଧ୍ବଜା ଅବତରଣ ପରେ ଓଡିଶା ପୋଲିସର ପାଇପ ବ୍ୟାଣ୍ଡ, ଡ୍ରମର, ଷ୍ଟ୍ରିଙ୍ଗ ବ୍ୟାଣ୍ଡ, ବ୍ରାସ ବ୍ୟାଣ୍ଡ ପ୍ରମୁଖ ସେମାନଙ୍କ ମ୍ୟୁଜିକାଲ କାର୍ୟ୍ୟକ୍ରମ ଦେଖାଇଥିଲେ । ବିଭିନ୍ନ ଦେଶାତ୍ମବୋଧକ ସଙ୍ଗୀତ ଧୂନରେ ପୋଲିସ ଜବାନମାନେ ସଙ୍ଗୀତ ପରିବେଷଣ କରିଥିଲେ । ଧ୍ବଜା ଅବତରଣ ପରେ ଗଜପତି, କଳାହାଣ୍ଡି ଓ ମୟୂରଭଂଜର ପୋଲିସ ଜବାନ ମାନେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ । ସବୁଠୁ ବଡ କଥା ହେଲା ଏହି କାର୍ୟ୍ୟକ୍ରମରେ ଭାଗ ନେଇଥିବା ପାଇପ ବ୍ୟାଣ୍ଡ ଜାତୀୟ ପୋଲିସ ପାଇପ ବ୍ୟାଣ୍ଡରେ ଭାଗ ନେବା ପାଇଁ ଯାଉଛି । ସୂର୍ୟ୍ୟାସ୍ତ ପରେ ଯୁଦ୍ଧ କ୍ଷେତ୍ରରୁ ସୈନ୍ୟମାନଙ୍କୁ ଯୁଦ୍ଧରୁ ନିବୃତ ରହିବା ଲାଗି ପୂର୍ବରୁ ଯୁଦ୍ଧବସାନ ବାଦ୍ୟ ସହ ଧ୍ବଜା ଅବତରଣ କରାଯାଉଥିଲା । ସେହି ପରମ୍ପରାକୁ ବତ୍ତମାନ ମଧ୍ୟ ବଜାୟ ରଖିବା ଲାଗି ଏହି କାର୍ୟ୍ୟକ୍ରମ କରାଯାଇଥାଏ ।