(ଜୟନ୍ତ କୁମାର ସେଠୀ)ଗୋପ: ଚାଷୀ ଯେତେ ଗୁରୁତ୍ୱ ପାଇବା କଥା ସେଇ ଅନୁପାତରେ ପାଉନାହାନ୍ତି ବୋଲି ନବ ନିର୍ମାଣ କୃଷ ସଂଘର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଥିଲେ। ଚାଷୀକୁ ଯଦି କେବେ ଋଣ ଛାଡ଼ କିମ୍ବା ପ୍ରୋତ୍ସାହନ ଦିଆଯାଉଛି ତାହା ଯେଉଁପରି ଭାବେ ପ୍ରଚାର ପ୍ରସାର କରାଯାଉଛି ସେ ଯାଗାରେ ସପ୍ତମ ବେତନ କମିଶନ ଲାଗୁ ହେଲେ କର୍ପୋରେଟମାନଙ୍କୁ ପ୍ରୋତ୍ସାହନ ଦିଆଗଲେ ସେ କଥା ପ୍ରଚାର ଓ ପ୍ରସାର ଆଦୌ ପ୍ରଚାର ହେଉନାହିଁ । ଜଣେ ଗରିବ ଚାଷୀ ତାର ଘର ଖଣ୍ଡେ ପାଇଲା ବେଳକୁ କାଗଜପତ୍ର ଦରକାର ହେଉଛି । ସେତିକି ମଧ୍ୟ ନୁହେଁ ସରକାରୀ ବାବୁ ମାନଙ୍କୁ ହାତଗୁଞ୍ଜା ନ ଦେବାରୁ ଘରଭଙ୍ଗା ତାଲିକାରୁ ବାଦ ପଡୁଛି । ବିଶେଷ କରି ଧାନ ମଣ୍ଡିରେ ଚାଷୀ ତାର ବିକ୍ରୟରୁ ବଞ୍ଚିତ ହେଉଛନ୍ତି। ଯେଉଁ ପରିମାଣର ଚାଷୀ ନାମ ପଞ୍ଜିକରଣ କରିଛନ୍ତି ସେମାନଙ୍କ ଟୋକନ ଏ ପର୍ୟ୍ୟନ୍ତ ମିଳିଲା ନାହିଁ ବୋଲି ଶ୍ରୀ ନନ୍ଦ କହିଛନ୍ତି । ଚାଷୀ ପେନସନ ଲାଗୁକରିବା ଦାବି କରି ଏହି ପଦଯାତ୍ରା କରାଯାଇଛି । ଏହି ନ୍ୟାୟ ପଦଯାତ୍ରାରେ ସ୍ଥାନୀୟ ନେତୃତ୍ୱ ଶଚିକାନ୍ତ ବରାଳ ନେତୃତ୍ୱ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଗାନ୍ଧିବାଦୀ ନେତା ବଂଶୀଧର ପଟ୍ଟନାୟକ, ପ୍ରମୋଦ ଦାସ, ଗୌରାଙ୍ଗ ଜେନା, ରାଜ୍ୟ କମିଟି ସଭ୍ୟ ସୁରେନ୍ଦ୍ର ନାଥ ମହାରଣା, ପଦଯାତ୍ରୀ ଭାଗବତ ପରିଡା, ବାଉରିବନ୍ଧୁ ବେହେରା, ନିରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।