ନିହତ ଭାରତୀୟ ବଂଶୋଦ୍ଭବଙ୍କୁ ନାସନାଲ ହିରୋ କହିଲେ ଟ୍ରମ୍ପ

ଋିପୋର୍ଟରସ୍ ଟୁଡେ: ମଙ୍ଗଳବାର ଯୁକ୍ତରାଷ୍ଟ୍ର ଆମେରିକାରର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ନିକଟ ଅତୀତରେ କାଲିଫର୍ଣ୍ଣିଆରେ ନିହତ ଭାରତୀୟ ବଂଶୋଦ୍ଭବ ପୁଲିସ ରୋନିଲ୍‌ ସିଂହଙ୍କୁ ‘ନେସ୍‌ନାଲ୍‌ ହିରୋ’ ଆଖ୍ୟା ଦେଇଛନ୍ତି। ନିୟୁମ୍ୟାନ୍‌ ପୁଲିସ ବିଭାଗର ୩୩ ବର୍ଷୀୟ କର୍ପୋରାଲ୍‌ ସିଂହଙ୍କୁ ଡିସେମ୍ବର ୨୬ ତାରିଖ ଦିନ ଟ୍ରାଫିକ୍‌ ଷ୍ଟପ୍‌ରେ ବେଆଇନଭାବେ ଆମେରିକାରେ ବାସକରୁଥିବା ଜଣେ ଯୁବକ ଗୁଳି ମାରି ହତ୍ୟା କରିଥିବା କଥା କୁହାଯାଉଛି। ଗୁରୁବାର ଦିନ ଟ୍ରମ୍ପ୍‌ ତାଙ୍କ ପରିବାର ଲୋକ ଏବଂ ସିଂହଙ୍କର ସହକର୍ମୀଙ୍କ ସହ କଥାବାର୍ତ୍ତା କରିଥିଲେ।
କାଲିଫର୍ଣ୍ଣିଆ ପୁଲିସ ଉକ୍ତ ବେଆଇନ ପ୍ରବାସବାସୀଙ୍କୁ ଗିରଫ କରିଛି। ତାଙ୍କ ଘର ମେକ୍‌ସିକୋରେ ଓ ନାମ ଗୁସ୍ତାଭୋ ପେରେଜ୍‌ ଆରିଗା। ତାଙ୍କ ନାମରେ ସିଂହଙ୍କୁ ହତ୍ୟା କରିଥିବା ମାମଲା ରୁଜୁ କରା ଯାଇଛି।