(ସରୋଜ କୁମାର ରାଉତ/ଭୁବନେଶ୍ୱର): ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରୁ ବିଜୟ ଲାଭ କରିବା ପରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରଥମ ଥର ପାଇଁ ରାଏବରେଲି ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ସମୟରେ ସୋନିଆ ଦଳୀୟ ବିଧାୟକ, ପୂର୍ବତନ ବିଧାୟକ ଓ ଦଳୀୟ ନେତା ମାନଙ୍କ ସହ ମିଶି ଆଲୋଚନା କରିଥିଲେ । ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସୋନିଆ ଗାନ୍ଧୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଦୀନେଶ ପ୍ରତାପ ସିଂହଙ୍କୁ ୧.୬୭ଲକ୍ଷ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି। ତେବେ ଚଳିତ ନିର୍ବାଚନରେ କଂଗ୍ରେସ ଉତ୍ତରପ୍ରଦେଶରେ ଶୋଚନୀୟ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଖୋଦ୍ କଂଗ୍ରେସ ଅଧ୍ୟକ୍ଷ ତଥା ତାଙ୍କ ପୁତ୍ର ରାହୁଲ ଗାନ୍ଧୀ ମଧ୍ୟ ଉତ୍ତରପ୍ରଦେଶର ଆମେଥି ଲୋକସଭା ଆସନରେ ପରାଜୟ ସମ୍ମୁଖୀନ ହୋଇଛନ୍ତି।